ଉତ୍ତର ପ୍ରଦେଶର ବାଗପତରେ ୱାଚ୍ ଟାୱାର ପଡି ୭ ମୃତ, ୫୦ରୁ ଅଧିକ ଆହତ
Baghpat Tragedy: ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ବାଗପତରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରଭୁ ଆଦିନାଥଙ୍କ ଲଡ୍ଡୁ ଉତ୍ସବ ଅବସରରେ, ମାନସ୍ତମ୍ଭ ପରିସରରେ ନିର୍ମିତ କାଠ ଭାରା ଭୁଶୁଡ଼ି ପଡ଼ିବାରୁ ଦୁର୍ଘଟଣା ଘଟିଛି । ଏହି ଘଟଣାରେ 50 ରୁ ଅଧିକ ଭକ୍ତ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ମଧ୍ୟ ସୂଚନା ରହଛି । ସମସ୍ତ ମୃତକଙ୍କ ପରିଚୟ ମଧ୍ୟ ମିଳିସାରିଛି ।

ଅନ୍ୟପକ୍ଷରେ, ଡିଏମ୍ ବାଗପତ ଅସ୍ମିତା ଲାଲ କହିଛନ୍ତି, "ବାରାଉତରେ ଜୈନ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମ ଥିଲା। ଏଠାରେ ଏକ କାଠ ନିର୍ମାଣ ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ପ୍ରାୟ 40 ଜଣ ଆହତ ହୋଇଥିଲେ। ଚିକିତ୍ସା ପରେ 20 ଜଣଙ୍କୁ ଘରକୁ ପଠାଯାଇ ସରିଛି ଏବଂ 20 ଜଣଙ୍କର ଏବେ ମଧ୍ୟ ଚିକିତ୍ସା ଜାରି ରହିଛି । ସେହିପରି ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି ।












Click it and Unblock the Notifications