Get Updates
Get notified of breaking news, exclusive insights, and must-see stories!

୬ ମାସ ପାଇଁ ବନ୍ଦ ହେଲା ବଦ୍ରିନାଥ ମନ୍ଦିର କବାଟ, ଜାଣନ୍ତୁ ପୁଣି କେବେ ଖୋଲିବ

ବନ୍ଦ ହେଲା ବଦ୍ରିନାଥ ଧାମ କପାଟ । ୬ ମାସ ପାଇଁ ବନ୍ଦ ରହିଲା ବଦ୍ରିନାଥ ଧାମ । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କ ପବିତ୍ର ତୀର୍ଥସ୍ଥଳ ବଦ୍ରିନାଥ ଧାମର କପାଟ ୨୫ ନଭେମ୍ବର ୨୦୨୫ ମଙ୍ଗଳବାର ଦିନ ୨ଟା ୫୬ ମିନିଟରେ ବନ୍ଦ ହୋଇଛି । ଶୀତ ଋତୁ ପାଇଁ ଏହାକୁ ୬ ମାସ ପାଇଁ ବନ୍ଦ ରଖାଯାଇଛି । ଆଗାମୀ ୬ ମାସ ପାଇଁ ବଦ୍ରିନାଥଙ୍କୁ ଯୋଶୀମଠରେ ପୂଜା କରାଯିବ। ବଦ୍ରିନାଥ ଧାମର କପାଟ ବନ୍ଦ ହେବା ସହ ଔପଚାରିକ ଭାବେ ଚାରିଧାମ ଯାତ୍ରା ମଧ୍ୟ ସମାପନ ହୋଇଛି ।

Badrinath temple

ତେବେ ୧୨ କ୍ବିଣ୍ଟାଲ ଫୁଲରେ ମନ୍ଦିରକୁ ସଜା ଯାଇଥିବା ବେଳେ ଅନ୍ତିମ ଦର୍ଶନ ବେଳେ ଘଣ୍ଟ, ଘଣ୍ଟା, ମନ୍ତ୍ର ଧ୍ବନିରେ କମ୍ପିଥିଲା ପରିବେଶ । ହିମାଳୟରେ ଶୀତଦିନ ଅତ୍ୟନ୍ତ କଠିନ । ପ୍ରବଳ ତୁଷାରପାତ ଏବଂ ଅତ୍ୟଧିକ ଥଣ୍ଡା ପାଇଁ ଭକ୍ତମାନ ମନ୍ଦିର ପରିସରରେ ପହଞ୍ଚିବା କଷ୍ଟକର ହୋଇପଡେ । ତେଣି ଏହି କାରଣରୁ ପ୍ରତିବର୍ଷ ବଦ୍ରିନାଥ ଧାମର ଦ୍ୱାର ଛଅ ମାସ ପାଇଁ ବନ୍ଦ ରହିଥାଏ।

ତେବେ ବଦ୍ରିନାଥ ମନ୍ଦିର ପୁନଃ ଖୋଲିବାର ତାରିଖ ଅକ୍ଷୟ ତୃତୀୟାରେ ନିର୍ଣ୍ଣୟ କରାଯାଏ। ପ୍ରତିବର୍ଷ, ଏପ୍ରିଲ-ମେ ମାସରେ ଭକ୍ତମାନଙ୍କ ପାଇଁ ଦ୍ୱାର ଖୋଲାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+