Get Updates
Get notified of breaking news, exclusive insights, and must-see stories!

ଏପ୍ରିଲ ୨୩ରେ ଖୋଲିବ ବଦ୍ରିନାଥ ଧାମ କବାଟ

ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥ ଧାମ କବାଟ ୨୩ ଏପ୍ରିଲ ୨୦୨୬ରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲାଯିବ। ବସନ୍ତ ପଞ୍ଚମୀ ଶୁଭ ଅବସରରେ ଶୁକ୍ରବାର ଟିହରୀ ରିୟାସତର ନରେନ୍ଦ୍ର ନଗର ରାଜମହଲରେ ଅନୁଷ୍ଠିତ ଧାର୍ମିକ କାର୍ଯ୍ୟକ୍ରମରେ ଏହି ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ବଦ୍ରିନାଥ ଧାମ କବାଟ ଗତ ବର୍ଷ ଅପେକ୍ଷା ୧୧ ଦିନ ଆଗୁଆ ଖୋଲିବ। ତେବେ ଗଙ୍ଗୋତ୍ରୀ ଓ ୟମୁନେତ୍ରୀ କବାଟ ଅକ୍ଷୟ ତୃତୀୟା ଅବସରରେ ଖୋଲେ। ଚଳିତବର୍ଷ ଅକ୍ଷୟ ତୃତୀୟ ଏପ୍ରିଲ ୧୯ରେ ପାଳିତ ହେବ। ଏଥିରେ କେଦାରନାଥ ଧାମ କବାଟ ଖୋଲିବା ନେଇ ଆଗାମୀ ଶିବରାତ୍ରୀରେ ନିଷ୍ପତ୍ତି ନିଆଯିବ।

Badrinath Dham

ବଦ୍ରିନାଥ ଧାମ କବାଟ ୨୩ ଏପ୍ରିଲ ସକାଳ ୬ଟା ୧୫ ମିନିଟ୍ ରେ ବିଧିବିଧାନ ଓ ବୈଦିକ ମନ୍ତ୍ରୋଚାରଣରେ ଖୋଲାଯିବ। ବଦ୍ରିନାଥ ଧାମ କବାଟ ଖୋଲିବା ନେଇ ତିଥି ନିର୍ଦ୍ଧାରଣ ପରେ ପୂଜକ ଓ ସେବାୟତଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି। ଏଣୁ ଅନୁମାନ କରାଯାଉଛି ଏବର୍ଷ ୪ ଧାମ ଯାତ୍ରାରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡ ପହଞ୍ଚିବେ। ଗତବର୍ଷ ଚାରଧାମ ଯାତ୍ରା ଏପ୍ରିଲ ୩୦ ତାରିଖରେ ଆରମ୍ଭ ହୋଇଥିଲା। ହେଲେ ଚଳିତବର୍ଷ ତିଥି ଓ ଶୁଭ ସଂଯୋଗ ଦୃଷ୍ଟିରୁ ୧୧ ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୯ ତାରିଖରୁ ଯାତ୍ରା ଆରମ୍ଭ ହୋଇଯାଇପାରେ।

ଏଣୁ ଚାରିଧାମ ଯାତ୍ରାକୁ ନେଇ ବଦ୍ରି-କେଦାର ମନ୍ଦିର କମିଟି, ତୀର୍ଥ ପୁରୋହୀତ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶ୍ରଦ୍ଧାଳୁ ଅଧିକାରୀକ ୱେବସାଇଟ୍ ଅଥବା ହ୍ୱାଟଆପ ମାଧ୍ୟମରେ ଚାରିଧାମ ଯାତ୍ରା ରେଜିଷ୍ଟ୍ରେସନ କରିପାରିବେ। ଏଥି ପାଇଁ ମାର୍ଚ୍ଚ ୨୦୨୬ରୁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ଛଡା ଅଫଲାଇନରେ ମଧ୍ୟ ରେଜିଷ୍ଟ୍ରେସନ ହେବ ଓ ଏଥି ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ପର୍ଯ୍ୟଟନ ବିଭାଗ ପଦକ୍ଷେପ ଗ୍ରହଣ କରିବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+