ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନ ମାମଲା: ଜାଣନ୍ତୁ ଅଭିଯୁକ୍ତ ଅକ୍ଷୟ ସନ୍ଦେ ଏନକାଉଣ୍ଟର ପଛର କାହାଣୀ
Badlapur Encounter News: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନ ମାମଲା । ଅଭିଯୁକ୍ତ ଅକ୍ଷୟ ସିନ୍ଦେ ପୋଲିସର ଏନକାଉଣ୍ଟରରେ ମୃତ୍ୟୁ ବରଣ କରିବା ପରେ ରାଜ୍ୟର ରାଜନୀତି ସରଗରମ ହୋଇଛି । ଏହି ଘଟଣାର ଅନୁସନ୍ଧାନ ପାଇଁ ଠାଣେ ପୋଲିସ ଏସଆଇଟି ଟିମ୍ ଗଠନ କରିଛି। ବର୍ତ୍ତମାନ ଠାଣେ ପୋଲିସ ଏହି ଏନକାଉଣ୍ଟର ବିଷୟରେ ସମସ୍ତ ସୂଚନା ଦେଇଛି ।
ପ୍ରକୃତରେ, ଅଧିକାରୀ କହିଛନ୍ତି ଯେ ଯେତେବେଳେ ସ୍କୁଲରେ ସୁଇପର ଭାବରେ କାର୍ଯ୍ୟ କରୁଥିବା ଅକ୍ଷୟ ସିନ୍ଦେଙ୍କୁ ଅନ୍ୟ ଏକ ଘଟଣାର ତଦନ୍ତ ସଂପର୍କରେ ସୋମବାର ତାଲାଜା ଜେଲରୁ ବାଦଲାପୁରକୁ ନିଆଯାଉଥିଲା, ସେତେବେଳେ ସେ ଜଣେ ପୋଲିସର ରିଭଲଭର ଛଡ଼ାଇ ନେଇ ଗୁଳି ଚଳାଇଥିଲା। ଯାହା ପରେ ଉକ୍ତ ସ୍ଥାନରେ ଉପସ୍ଥିତ ପୋଲିସ ମଧ୍ୟ ଗୁଳି ଚଳାଇଥିଲା।

ଠାଣେ ପୋଲିସର ସୂଚନାନୁସାରେ, ପୋକସୋ ଆକ୍ଟ ଅନୁଯାୟୀ ଗିରଫ ହୋଇଥିବା ଅଭିଯୁକ୍ତ ଅକ୍ଷୟ ସିନ୍ଦେଙ୍କୁ ବାଦଲାପୁର ପୂର୍ବ ପୋଲିସ ଷ୍ଟେସନରେ ଅନେକ ମାମଲା ରୁଜୁ କରାଯାଇ ତାଲୋଜା ସେଣ୍ଟ୍ରାଲ ଜେଲରେ ରଖାଯାଇଥିଲା। ସେଣ୍ଟ୍ରାଲ୍ କ୍ରାଇମ୍ ଇନ୍ଭେଷ୍ଟିଗେସନ୍ ସେଲ୍, କ୍ରାଇମ୍ ଶାଖା, ଥାନାର ପୋଲିସ ଅଧିକାରୀ ଏବଂ ଟିମ୍ ତାଙ୍କୁ ଗିରଫ ପାଇଁ ଟ୍ରାନ୍ସଫର ୱାରେଣ୍ଟ ସହିତ ଅଭିଯୁକ୍ତଙ୍କୁ ତାଲୋଜା ସେଣ୍ଟ୍ରାଲ ଜେଲକୁ ନେଇଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଅଭିଯୁକ୍ତ ସିନ୍ଦେଙ୍କୁ ୬ଟା ବେଳେ ଠାଣେ ପୋଲିସ ଷ୍ଟେସନ ଅଣଯାଉଥିଲା ।
ପୋଲିସର ସୂଚନାନୁସାରେ, ଯେତେବେଳେ 6.15 ସୁଦ୍ଧା ପୋଲିସ୍ ଗାଡି ମୁଦ୍ରା ବାଇପାସ ନିକଟରେ ପହଞ୍ଚିଥିଲା ସେତେବେଳେ ଅଭିଯୁକ୍ତ ଅକ୍ଷୟ ଜଣେ ପୋଲିସ ଅଧିକାରୀଙ୍କ ଅଣ୍ଟାରୁ ସର୍ଭିସ ପିସ୍ତଲ ବାହାର କରି ପୋଲିସ ସ୍କ୍ୱାର୍ଡ ଆଡକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ,ଯେଉଁଥିରେ ଜଣେ ପୋଲିସ କର୍ମୀ ଆହତ ମଧ୍ୟ ହୋଇଛନ୍ତି ତେବେ ଆତ୍ମରକ୍ଷା ପାଇଁ ପୋଲିସ ଅଧିକାରୀ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଥିଲେ ମଧ୍ୟ ସେତେବେଳେ ଅଭିଯୁକ୍ତ ଅକ୍ଷୟ ସିନ୍ଦେ ଆହତ ହୋଇଥିଲେ। ଅକ୍ଷୟ ସିନ୍ଦେଙ୍କୁ ଛତ୍ରପତି ଶିବାଜୀ ମହାରାଜ ସରକାରୀ ଡାକ୍ତରଖାନାକୁ କଲୱାକୁ ଆଣିଥିଲେ, ଯେଉଁଠାରେ ଡାକ୍ତର ସିନ୍ଦେଙ୍କ ମୃତ ଘୋଷଣା କରିଥିଲେ ।












Click it and Unblock the Notifications