ପୁଣି ବୋରୱେଲ ପଡିଲା ଶିଶୁକନ୍ୟା, ରେସ୍କ୍ୟୁ ଅପରେସନ ଆରମ୍ଭ
ରାଜସ୍ଥାନରେ ଦେଖିବାକୁ ମିଳିଛି ଛତିଶଗଡର ଘଟଣା । ପୁଣି ଶିଶୁ ବୋରୱେଲରେ ପଡିଯାଇଛି । ଖେଳୁ ଖେଳୁ 200 ଶହ ଫୁଟ ଗଭୀର କୂଅକୁ ଖସିପଡ଼ିଲା 2 ବର୍ଷର ଶିଶୁ କନ୍ୟା ।
ଜୟପୁର: ରାଜସ୍ଥାନରେ ଦେଖିବାକୁ ମିଳିଛି ଛତିଶଗଡର ଘଟଣା । ପୁଣି ଶିଶୁ ବୋରୱେଲରେ ପଡିଯାଇଛି । ଖେଳୁ ଖେଳୁ 200 ଶହ ଫୁଟ ଗଭୀର କୂଅକୁ ଖସିପଡ଼ିଲା 2 ବର୍ଷର ଶିଶୁ କନ୍ୟା । କୂଅରେ ପଡିବା ପରେ ଜୋରରେ କାନ୍ଦିବା ପରେ ପରିବାର ଲୋକ ଧାଇଁ ଆସିଥିଲେ । ଏହାପରେ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ଖବର ଦେଇଥିଲେ ଗ୍ରାମବାସୀ । କୁନି ପିଲାଟିକୁ ରେସ୍କ୍ୟୁ ଟିମ ସାହାଯ୍ୟରେ ଉଦ୍ଧାର ଆରମ୍ଭ ଆରମ୍ଭ ହୋଇଛି।

ଶିଶୁକୁ ଏକ ପାଇପ ଦ୍ବାରା ଅକ୍ସିଜେନ ଦିଆଯିବା ସହିତ ପିଲାର ଗତିବିଧି ଉପରେ ନଜର ରଖିବା ପାଇଁ କୂଅରେ ସିସି କ୍ୟାମେରା ଲଗାଯାଇଛି । ଶିଶୁକନ୍ୟାକୁ ସୁରକ୍ଷିତ ରକ୍ଷା କରିବା ପାଇଁ ଚେଷ୍ଟା ଚାଲିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ ଆଉ କେତେ ସମୟ ରେସ୍କ୍ୟୁ ପାଇଁ ଲାଗିବ ।












Click it and Unblock the Notifications