ଭିଡିଓ କଲରେ ଡେଲିଭେରି କଲେ ନର୍ସ, ନବଜାତକର ମୃତ୍ୟୁ
ଭିଡିଓ କଲରେ ଡେଲିଭେରି କଲେ ନର୍ସ । ନବଜାତକର ମୃତ୍ୟୁକୁ ନେଇ ଥାନାରେ ମାମଲା ।
ଚେନ୍ନାଇ: ଆଜି କାଲି ଡିଜିଟାଲ ହେଲାଣି ପାଠ ପଢା ଠାରୁ ଆରମ୍ଭ କରି ବିବାହ ପାଇଁ ଦେଖା ଚାହାଁ । ତେବେ ଭିଡିଓ କଲରେ ଡେଲିଭରି ହେବା କଥା ଆପଣ ହୁଏତ କେବେ ଶୁଣି ନଥିବେ । ହଁ , ସିନେମାରେ ଏପରି ଦେଖିଥିବେ ନିଶ୍ଚୟ । କିନ୍ତୁ ପ୍ରକୃତରେ ଏହା କପରି ସମ୍ଭବ ବୋଲି ଆପଣ ଭାବୁଥିବେ । ତେବେ ଏଭଳି ଏକ ଅଜବ ଘଟଣା ଆସିଛି ତାମିଲନାଡୁର ଚେଙ୍ଗଲପଟୁର ଏକ ସରକାରୀ ଡାକ୍ତରଖାନାରୁ । ଡାକ୍ତରଙ୍କୁ ଭିଡିଓ କଲ୍ରେ ରଖି ମହିଳାଙ୍କ ପ୍ରସବ କରାଇଲେ ନର୍ସ । ପରିଣତସୂରୁପ ଶିଶୁଟିର ମୃତ୍ୟୁ ଘଟିଲା ।

ଗତ ସୋମବାର ଚେଙ୍ଗଲପଟ୍ଟୁର ଏକ ସରକାରୀ ହସ୍ପିଟାଲରେ 33 ବର୍ଷୀୟା ମହିଳା ପୁଷ୍ପା ପ୍ରସବ ବେଦନା ହେବାରୁ ଭର୍ତ୍ତି ହୋଇଥିଲେ । ଏହାପରେ ଜାଣିବା ପାଇଁ ପାଇଲେ ଯେ, ହସ୍ପିଟାଲରେ ଡାକ୍ତର ଉପସ୍ଥିତ ନାହାଁନ୍ତି। ତେବେ ଉପସ୍ଥିତ ଥିବା ନର୍ସ ପ୍ରସବ କରାଇବା ପାଇଁ ସ୍ଥିର କରିଥିଲେ । ଏହାପରେ ଜାଣିବାକୁ ପାଇଲେ ଯେ, ଶିଶୁଟିର ମୁଣ୍ଡ ଭିତରକୁ ଏବଂ ଗୋଡ ବାହାରକୁ ରହିଛି ।
ଏହା ଦେଖି ନର୍ସ ଭୟରେ ଡାକ୍ତରଙ୍କୁ ଭିଡିଓ କଲ୍ କରିଥିଲେ। ଏହାପରେ ଡାକ୍ତର ନର୍ସଙ୍କୁ ଶିଶୁର ମୁଣ୍ଡ କିପରି ଟାଣିବେ ସେନେଇ କହିଥିଲେ । କିନ୍ତୁ ଅନେକ ଚେଷ୍ଟା ସତ୍ତ୍ବେ ସାଧାରଣ ଡେଲିଭରି କରିବାରେ ନର୍ସ ବିଫଳ ହୋଇଥିଲେ । ଏହା ପରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଏଚ ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଶିଶୁଟିର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା । ତେବେ ପୁଷ୍ପାଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications