ବିରୋଧୀ ଦଳ ନେତା ହେଲେ ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି
ଝାଡ଼ଖଣ୍ଡ ବିଧାନସଭାର ବିରୋଧୀ ଦଳ ନେତା(ଏଲଓପି) ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି । ରାଞ୍ଚିରେ ଗୁରୁବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବାବୁଲାଲ ମାରାଣ୍ଡିଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ସୂଚନା ଅନୁଯାୟୀ, ମାରାଣ୍ଡିଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ବିଧାନସଭାର ସର୍ବବୃହତ୍ତ ବିରୋଧୀ ଦଳର ବିଧାୟକ ଦଳ ନେତା ହିଁ ଏଲଓପି ହୋଇଥାନ୍ତି ।

ବିରୋଧୀ ଦଳ ନେତା ହେବା ପରେ ବାବୁଲାଲ ମାରାଣ୍ଡି ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଉଭୟ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମେତ ବରିଷ୍ଠ ନେତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଗରିବ, ଦଳିତ ଏବଂ ଆଦିବାସୀ ସମାଜର ଅଧିକାର ଓ ସମସ୍ୟା ଉଠାଇବା ପାଇଁ ପୂର୍ଣ୍ଣ ନିଷ୍ଠା ଏବଂ କ୍ଷମତା ସହିତ କାମ କରିବି ।












Click it and Unblock the Notifications