ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶ ସରକାରଙ୍କୁ ମାର୍ଗଦର୍ଶନ କରୁଛି: ପ୍ରଧାନମନ୍ତ୍ରୀ

ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶ ସରକାରଙ୍କୁ ମାର୍ଗଦର୍ଶନ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ହରିଆଣାର ହିସାର ଠାରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୧ ବର୍ଷ ଧରି ବାବା ସାହେବଙ୍କ ଜୀବନ, ସଂଘର୍ଷ ଏବଂ ତାଙ୍କର କାଳଜୟୀ ବାର୍ତ୍ତା ସରକାରଙ୍କ ଯାତ୍ରାର ମୂଳଦୁଆ ପାଲଟିଛି ।

ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତ୍ୟେକ ନୀତି ବାବା ସାହେବଙ୍କ ପ୍ରଦର୍ଶିତ ମାର୍ଗରେ ଏକ ନର୍ମ ପଦକ୍ଷେପ, ଯାହା ସମସ୍ତଙ୍କ ପାଇଁ ନ୍ୟାୟ, ଅନ୍ତର୍ଭୁକ୍ତି କରଣ ଏବଂ ସମ୍ମାନର ମାର୍ଗ ଉନ୍ମୁକ୍ତ କରିଛି ବୋଲି ସେ କହିଛନ୍ତି । ତୃଣମୂଳ ସ୍ତରରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳା, ସମାଜର ଅବହେଳିତ ବର୍ଗ, ଆଦିବାସୀଙ୍କ ଆକାଂକ୍ଷାକୁ ବାସ୍ତବରେ ପରିଣତ କରିବାରେ ଏହିସବୁ ପଦକ୍ଷେପ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

Babasaheb Ambedkar

ସେ କହିଛନ୍ତି, ବିକଶିତ ଭାରତ ସଂକଳ୍ପ ପୂରଣ ଦିଗରେ ହରିଆଣା ଗମ୍ଭୀରତାର ସହ କାର୍ଯ୍ୟ କରୁଛି । ୱାକଫ୍‍ ଆଇନ୍‍ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଏହାଦ୍ୱାରା ମୁସଲମାନ ସମ୍ପ୍ରଦାୟର ଗରିବ ଲୋକ ବିଶେଷ ଉପକୃତ ହୋଇପାରିବେ । ହିସାର୍‍ରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ପ୍ରଧାନମନ୍ତ୍ରୀ ହିସାର୍‍ ବିମାନ ବନ୍ଦରର ଦ୍ୱିତୀୟ ଟର୍ମିନାଲ୍‍ କୋଠାର ଶିଳାନ୍ୟାସ କରିଥିଲେ ।

୪୧୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ଏହି ନୂତନ ଟର୍ମିନାଲ୍‍ ପ୍ରକଳ୍ପରେ ଉତ୍ସର୍ଗୀକୃତ କାର୍ଗୋ ସୁବିଧା, ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ଏୟାର୍‍ ଟ୍ରାଫିକ୍‍ କଣ୍ଟ୍ରୋଲ୍‍ ବ୍ୟବସ୍ଥା ଆଦି ରହିବ । ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ ପୂର୍ବରୁ ଦେଶରେ ମାତ୍ର ୭୪ଟି ବିମାନ ବନ୍ଦର ଥିବା ବେଳେ ଏବେ ଏହା ଦେଢ଼ଶହକୁ ଅତିକ୍ରମ କରିଛି । ଏହି ଅବସରରେ ସେ କେନ୍ଦ୍ରର ଉଡ଼ାଣ ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ ।

ଏହି ଅଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୀନବନ୍ଧୁ ଛୋଟୁରାମ ଥର୍ମାଲ୍‍ ପାୱାର୍‍ ପ୍ଲାଣ୍ଟର ୮ ଶହ ମେଗାୱାଟ୍‍ ବିଦ୍ୟୁତ୍‍ ଗ୍ରୀଡ୍‍, ମୁକରବପୁରରେ ବାୟୋ ଗ୍ୟାସ୍‍ପ୍ଲାଣ୍ଟ ଏବଂ ଭାରତମାଳା ପ୍ରକଳ୍ପ ଅଧୀନରେ ୧୪ କିଲୋମିଟରରୁ ଅଧିକ ଦୀର୍ଘ ରେୱାରି ବାଇପାସ୍‍ ପ୍ରକଳ୍ପ ସମେତ ଅନ୍ୟ କେତେକ ଉନ୍ନୟନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+