ବାବା ସିଦ୍ଦିକିଙ୍କ ପାଖରେ ଥିଲା ଏତିକି କୋଟି ଟଙ୍କାର ସମ୍ପତ୍ତି
Baba Siddique Net Worth:ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ତଥା ନ୍ୟାସ୍ନାଲ କଂଗ୍ରେସ ପାର୍ଟି(ଏନ୍ସିପି) ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି। ଶନିବାର(୨୦୨୪ ଅକ୍ଟୋବର ୧୨) ସେ ତାଙ୍କ ଅଫିସ୍କୁ ଯାଉଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ତାଙ୍କ ପେଟ ଓ ଛାତିରେ ଗୁଳି ବାଜିଥିଲା। ଗୁଳି ମାଡ଼ ପରେ ତାଙ୍କୁ ତୁରନ୍ତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଗୁଳି ତାଙ୍କ ପେଟରେ ଓ ଆଉ ଗୋଟିଏ ଗୁଳି ତାଙ୍କ ଛାତିରେ ମାଡ଼ ହୋଇଛି। ଗୁଳି ମାଡ଼ ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପତ୍ତିକଚ ନେଇ ଆଲୋଚନା ତୀବ୍ର ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ତାଙ୍କ ପାଖରେ ରହିଥିଲା କେତେ ଟଙ୍କା ସମ୍ପତ୍ତି । ନିର୍ବାଚନ କମିଶନରଙ୍କ ନିକଟରେ ଦାଖଲ ହୋଇଥିବା ତାଙ୍କ ଆଫିଡେଭିଟରେ ବାବା ସିଦ୍ଦିକ୍ ତାଙ୍କର ମୋଟ୍ ସମ୍ପତ୍ତି ୭୬କୋଟି ଟଙ୍କା ବୋଲି କହିଛନ୍ତି।

ତଥାପି, ତାଙ୍କର ପ୍ରକୃତ ସମ୍ପତ୍ତି ବିଷୟରେ ସଠିକ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ୨୦୧୮ ରେ, ଇଡି ସିଦ୍ଦିକ୍ଙ୍କର ୪୬୨କୋଟି ଟଙ୍କା ସମ୍ପତ୍ତି ଜବତ କରିଥିଲା। ମୁମ୍ବାଇରେ ସିଦ୍ଦିକ୍ ଏବଂ ପିରାମିଡ ଡେଭଲପର୍ସଙ୍କ ଠାରୁ ପ୍ରାୟ ୪୬୨ କୋଟି ଟଙ୍କା ମୂଲ୍ୟର ୩୩ଟି ଫ୍ଲାଟ ଜବତ ହୋଇଥିଲା। ବାନ୍ଦ୍ରାସ୍ଥିତ ବସ୍ତି ପୁନ ଷବଭସକ୍ଷ ଥଇଥାନ ଯୋଜନାରେ ଅନିୟମିତତା ଏବଂ ଅର୍ଥ ହେରଫେର ଭଳି କାର୍ଯ୍ୟକଳାପକୁ ନେଇ ଏହି ପଦକ୍ଷେପ ନିଆଯାଇଥିଲା। ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ ସେ ତାଙ୍କ ସମ୍ପତ୍ତିର ବିବରଣୀ ପ୍ରଦାନ କରିଥିଲେ। ଯେଉଁଥିରେ ନଗଦ ଟଙ୍କା , ବ୍ୟାଙ୍କ ଜମା ଏବଂ ଅନେକ କମ୍ପାନୀରେ ଅଂଶଧନ ସହିତ ବିଭିନ୍ନ ପ୍ରକାରର ସ୍ଥାବର ସମ୍ପତ୍ତିର ମାଲିକାନା ରହିଥିଲା। ତାଙ୍କ ପାଖରେ ଦାମୀ ଅଳଙ୍କାର, ବିଳାସପୂର୍ଣ୍ଣ କାର ଭଳି ଅନେକ ଜିନିଷ ଥିଲା, ଯାହାର ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ଥିଲା। ମର୍ସିଡିଜ ବେଞ୍ଜ କାର ଏବଂ ସୁନା-ହୀରା ଅଳଙ୍କାର ପରି ମୂଲ୍ୟବାନ ସମ୍ପତ୍ତି ସଂଗ୍ରହ ତାଙ୍କର ସମୃଦ୍ଧ ଜୀବନଶୈଳୀକୁ ପ୍ରତିଫଳିତ କରୁଥିଲା।
ସୁଚନା ଯୋଗ୍ୟ ଯେ, ବାବା ସିଦ୍ଦିକି କଂଗ୍ରେସ ଛାଡି ଏନସିପି ଅଜିତ ପାୱାରଙ୍କ ଗୋଷ୍ଠୀରେ ଯୋଗ ଦେଇଥିଲେ। ସେ ଗତ ୪୮ବର୍ଷ ଧରି କଂଗ୍ରେସରେ ଥିଲେ। ସେ ସୋସିଆଲ ମିଡିଆରେ ତାଙ୍କ ଇସ୍ତଫା ବିଷୟରେ ଲେଖିଥିଲେ, ମୁଁ ଜଣେ ଯୁବକ ଭାବରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି ଏବଂ ୪୮ବର୍ଷ ଧରି ଦଳରେ ଥିଲି। ଆଜି ମୁଁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଉଛି। ମୁଁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।












Click it and Unblock the Notifications