Baba Siddique Murder: ସିଦ୍ଦିକିଙ୍କ ହତ୍ୟା ଘଟଣାରେ ଆଉ ତିନି ଜଣଙ୍କୁ ବାନ୍ଧିଲା ପୋଲିସ
ନୂଆଦିଲ୍ଲୀ : ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଘଟଣା। ଏନେଇ ଦିନକୁ ଦିନ ଗିରଫଦାରୀ ସଂଖ୍ୟା ବଢ଼ି ଚାଲଇଥିବା ବେଳେ ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ତେବେ ଏହି ମାମଲାରେ ପୋଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ଆଉ ତିନି ଜଣଙ୍କୁ ବାନ୍ଧିଛି ପୋଲିସ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରୂପେଶ ରାଜେନ୍ଦ୍ର ମୋହୋଲ (୨୨), କରଣ ରାହୁଲ ସାଲଭେ (୧୯) ଏବଂ ଶିବମ ଅରବିନ୍ଦ କୋହାଡ (୨୦)ଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି।

ଏମାନେ ପୁଣେର ବାସିନ୍ଦା। ସେମାନଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଅକ୍ଟୋବର ୧୨ ରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ବାବା ସିଦ୍ଦିକିଙ୍କଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।ଅନୁସନ୍ଧାନକାରୀମାନେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି। ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଏହି ହତ୍ୟାକାଣ୍ଡ ହୋଇଥାଏ ପାରେ ବୋଲି କୁହାଯାଉଛି।
ବ୍ୟୟବସାୟିକ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ମୁମ୍ବାଇରେ ଥିବା ବସ୍ତି ପୁନଃ ଥଇଥାନ ପ୍ରକଳ୍ପକୁ ନେଇ ସେ ଦେଇଥିବା ଧମକ ସମେତ ବିଭିନ୍ନ ଦିଗରୁ ସେମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ପୋଲିସ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ସନ୍ଦିଗ୍ଧ ଶୁଟର୍ ଧର୍ମରାଜ କଶ୍ୟପ ଓ ଗୁରମେଲ ସିଂହ ସମେତ ୧୧ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଶୁଟର୍ ଶିବକୁମାର ଗୌତମ ଓ ଦୁଇ ଜଣ ଷଡ଼ଯନ୍ତ୍ରକାରୀ ଏବେ ବି ଫେରାର ଅଛନ୍ତି।












Click it and Unblock the Notifications