ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ରାମଦେବଙ୍କ ପ୍ରତିମୂର୍ତ୍ତି
Baba Ramdev Wax Statue: ଯୋଗଗୁରୁ ବାବା ରାମ ଦେବ, ସାରା ବିଶ୍ୱରେ ଏକ ପରିଚିତ ନାଁ । ବିଶ୍ୱବାସୀ ଆଜି ତାଙ୍କ ଯୋଗକୁ ଆପଣାଇଛନ୍ତି । ବାବା ରାମଦେବଙ୍କ ନାଁରେ ଆଉ ଏକ ରେକର୍ଡ ବା ଉପାଧି ହାସଲ କରିବା ପାଇଁ ଯାଉଛନ୍ତି । ନ୍ୟୁୟର୍କର ମ୍ୟାଡାମ୍ ତୁଷାଦ ମ୍ୟୁଜିୟମରେ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯିବ । ଗତ ୬ ବର୍ଷ ଧରି ବାବାଦେବଙ୍ଗ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା ।
ମଙ୍ଗଳବାର ଦିନ ଦିଲ୍ଲୀର ଏକ ହୋଟେଲରେ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି । ତେବେ ବାବା ରାମ ଦେବ ଭାରତର ପ୍ରଥମ ସନ୍ୟାସୀ ଭାବେ ଏଥିରେ ସ୍ଥାନ ପାଇଛନ୍ତି ।ମ୍ୟାଡମ୍ ତୁଷାଦ ମ୍ୟୁଜିୟମରେ ବାବା ରାମଦେବଙ୍କ ବୃକ୍ଷାସନ ପୋଜରେ ବସିଥିବାର ପ୍ରତିମୂର୍ତ୍ତି ଦେଖିବା ପାଇଁ ମିଳିବ । ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ବାବା ରାମଦେବ ନିଜେ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି ବର୍ତ୍ତମାନ ଏହି ପ୍ରତିମୂର୍ତ୍ତି ନ୍ୟୁୟର୍କକୁ ପଠାଯିବ ।

ବାବା ରାମଦେବ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଖୁସିବ୍ୟକ୍ତ କରି କହିଛନ୍ତି, ଏପରି କାର୍ଯ୍ୟ ଲୋକଙ୍କ ପ୍ରେରଣା ପାଇଁ କରାଯାଉଛି । ଚରିତ୍ରକୁ ପୂଜା ନ କରି ସେଥିରୁ ପ୍ରେରଣା ନିଅ । ଆଜି ବିଶ୍ୱର ବୃହତ୍ତମ ମହମ ସଂଗ୍ରହାଳୟରେ ତାଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନ ଦିଆଯାଇ ଜଣେ ଭିକ୍ଷୁଙ୍କୁ ସମ୍ମାନ ଦିଆଯାଇଛି । ଏହା ଏକ ସଙ୍କେତ ଯେ ଆଗାମୀ ଶତାଦ୍ଦୀଭାରତର ଅଟେ ।
ଯୋଗ ଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତିର ଉଦଘାଟନୀ ସମାରୋହରେ ପତଞ୍ଜଳି ଯୋଗପୀଠର ସହ ପ୍ରତିଷ୍ଠାତା ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ପକଞ୍ଜଳି ଯୋଗପୀଠ ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ସୁନୀତା ପୋଦ୍ଦାର ମଧ୍ୟ ଉପସ୍ଥିତ ଥିଲେ । ଏହି ମହମ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ପ୍ରାୟ ୬ ରୁ ୮ ମାସର ସମୟ ଲାଗିଥିଲା ଏବଂ ପ୍ରାୟ ୧.୫ ରୁ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସୂଚନା ରହିଛି ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ











Click it and Unblock the Notifications