ଡ୍ରଗ୍ସ ସେବନ ନେଇ ବିବାଦୀୟ ବୟାନ ଦେଲେ ବାବା ରାମଦେବ
ଉତ୍ତରପ୍ରଦେଶର ମୋରାଦାବାଦରେ ଡ୍ରଗ୍ସ ବିରୋଧୀ ଅଭିଯାନ ସମୟରେ ଏକ ସମାବେଶକୁ ସମ୍ବୋଧିତ କରୁଥିବା ବେଳେ ବାବା ରାମଦେବ ବଲିଉଡ ଉପରେ ତୀବ୍ର ଆକ୍ରମଣ କରିଥିଲେ।
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୋରାଦାବାଦରେ ଡ୍ରଗ୍ସ ବିରୋଧୀ ଅଭିଯାନ ସମୟରେ ଏକ ସମାବେଶକୁ ସମ୍ବୋଧିତ କରୁଥିବା ବେଳେ ବାବା ରାମଦେବ ବଲିଉଡ ଉପରେ ତୀବ୍ର ଆକ୍ରମଣ କରିଥିଲେ। ଏକ ବହୁଳ ଭାବରେ ସେୟାର ହୋଇଥିବା ଭିଡିଓରେ, ସେ ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରି ଚଳଚ୍ଚିତ୍ର ଜଗତର ବଡ ହସ୍ତୀଙ୍କ ନାମ ନେଇଥିଲେ ।

ନିଶା ନିବାରଣ ଉପରେ ଆର୍ଯ୍ୟ ସମାଜ ଅନେକ କାମ କରିଛି। ଯେଉଁଦିନ ଦେଶ ନିଶାମୁକ୍ତ ହେବେ ସେହିଦିନ ମହର୍ଷି ଦୟାନନ୍ଦଙ୍କ ସ୍ୱପ୍ନ ସାକାର ହେବ। ସରକାର ଆଇନ ଆଣି ନିଶା ବନ୍ଦ କରିପାରିବେ ନାହିଁ ଏଥିପାଇଁ ଲୋକ ଜାଗ୍ରତ ହେବା ଉଚିତ ବୋଲି ବାବା ରାମଦେବ କହିଛନ୍ତି। ଇସ୍ଲାମରେ ଯଦି ଲୋକ ମଦ ଛାଡ଼ି ଦେଉଛନ୍ତି ତେବେ ସେମାନେ ଅନ୍ୟ ତମ୍ବାଖୁ ଖାଇଥାନ୍ତି । ବର୍ତ୍ତମାନ ଏକମାତ୍ର ଆର୍ଯ୍ୟ ସମାଜ ହିଁ ପବିତ୍ର ରହିଛି।
ଏହାପରେ ବଲିଉଡ୍ ଷ୍ଟାର୍ମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାମଦେବ। ସେ କହିଥିଲେ ଯେ ନିକଟରେ ଶାହାରୁଖ ଖାନ୍ଙ୍କ ପୁଅ ଡ୍ରଗ୍ସ ନେବା ଅଭିଯୋଗରେ ଜେଲ ଯାଇଥିଲେ । କେବଳ ଏତିକି ନୁହେଁ ସଲମାନ ଖାନ୍, ଶାହାରୁଖ ଖାନ ଓ ଅମିର ଖାନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଡ୍ରଗ୍ସ ନେଉଛନ୍ତି । ନିର୍ବାଚନ ବେଳେ ବି ମଦ ବଣ୍ଟାଯାଉଛି । ନିଶାମୁକ୍ତ କ୍ୟାମ୍ପେନ ଚଳାଇବା ନେଇ ସେ କହିଛନ୍ତି ।












Click it and Unblock the Notifications