Get Updates
Get notified of breaking news, exclusive insights, and must-see stories!

ଅପରେସନ୍ 'ସିନ୍ଦୂର'କୁ ନେଇ ଏମିତି କହିଲେ ବାବା

୨୪ ଏପ୍ରିଲରେ ବିହାରରୁ କହିଥିଲେ ମୋଦୀ, ଆତଙ୍କୀଙ୍କ ଘରକୁ ମାଟିରେ ମିଶେଇଦେବୁ, ଏବେ ବଦଲା ନେବାର ସମୟ ଆସିଯାଇଛି । ଆଉ ମେ' ୭ରେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ । ମଝି ରାତିରେ ପାକିସ୍ତାନ ଉପରେ ଭାରତ କଲା ଏୟାର ଷ୍ଟ୍ରାଇକ । ପିଓକେର ୯ଟି ସ୍ଥାନରେ ବାୟୁସେନା କରିଛି ମିସାଇଲ୍ ମାଡ଼ । ପିଓକେରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ କରିଛି ଭାରତୀୟ ବାୟୁସେନା । ଅପରେସନ 'ସିନ୍ଦୂର' ମାଧ୍ୟମରେ ଭାରତ ଆକ୍ରମଣ କରିଛି । ଆକ୍ରମଣରେ ଶତାଧିରୁ ଅଧିକ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି । ଏବେ ଏହା ଉପରେ ଯୋଗଗୁରୁ ବାବା ରାମଦେବ ନିଜ ପ୍ରତିକ୍ରିୟା ଦେଇ ଶତ୍ରୁଦେଶ ଏବଂ ଆତଙ୍କବାଦକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ।

Baba Ramdev

ହରିଦ୍ବାରର ଯୋଗ ଶିବିରରେ ବାବା ରାମଦେବ କହିଛନ୍ତି ,'ଭାରତୀୟ ସେନା ନିଜ ପରାକ୍ରମ ଦେଖାଇ ଆତଙ୍କୀସ୍ତାନ ପାଲଟିଥିବା ପାକିସ୍ତାନକୁ ଯେଉଁ ପାନେ ଚଖାଇଛି ତାହା ଶତ୍ରୁଦେଶ କେବେ ବି ଭୁଲି ପାରିବନାହିଁ । ନିରୀହ ନାଗରିକଙ୍କୁ ନିର୍ମମ କରି ମାରି , ସ୍ତ୍ରୀଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ପାପ କରିଥିଲେ ଆତଙ୍କୀ । ଯାହାର ଜବାବ୍ ଅପରେସନ୍ 'ସିନ୍ଦୂର' ମାଧ୍ୟମରେ ଦେଇଛି ଭାରତ । ଭାରତୀୟ ସେନାର ସିଂହମାନେ ଆତଙ୍କବାଦୀଙ୍କୁ ନର୍କରେ ଥିବା ଅପସରାଙ୍କ ପାଖକୁ ପଠାଇଛନ୍ତି । ଜଳ,ସ୍ଥଳ ଏବଂ ବାୟୁସେନାର ଯବାନ ପାକିସ୍ତାନ ଉପରେ ଏମିତି ପ୍ରହାର କରନ୍ତୁ ଯେ POK ର ନାଁ ଭାରତରୁ ଲିଭିଯାଉ । ଲାହୋର ଏବଂ କରାଚିର ମଧ୍ୟ ଭାରତର ଧ୍ବଜା ଫରଫର ଉଡୁ ।' ଯୋଗଗୁରୁ ଆତଙ୍କୀ ସଂଗଠନକୁ ଫଣ୍ଡ ଯୋଗାଉଥିବା ଲୋକଙ୍କ ଉପରେ ମଧ୍ୟ କଡ଼ା ପଦକ୍ଷେପ ନେବାକୁ କହିଛନ୍ତି । ସେ କହିଛନ୍ତି , 'ମସଜିଦ୍ ହେଉ କି ଜଙ୍ଗଲ ଆତଙ୍କୀ ଯେଉଁଠାରେ ଲୁଚିଛନ୍ତି ତାଙ୍କୁ ଖୋଜି ଖୋଜି ମାରନ୍ତୁ ଭାରତୀୟ ସେନାର ଯବାନ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+