Get Updates
Get notified of breaking news, exclusive insights, and must-see stories!

ଭକ୍ତଙ୍କ ପାଇଁ ଖୋଲିଲା ବାବା କେଦାରନାଥ ମନ୍ଦିର ଦ୍ଵାର, ମନ୍ତ୍ରଧ୍ଵନୀରେ କମ୍ପିଲା ପରିବେଶ

ଅପେକ୍ଷାର ଅନ୍ତ ଘଟିଲା। ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର। ନିର୍ଦ୍ଧାରିତ ସମୟ ୭ଟାରେ କେଦାର ଧାମ ଖୋଲିଛି। ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ କମ୍ପିଲା ପରିବେଶ। ଏଥିପାଇଁ ଗତକାଲିଠୁ ହିଁ ଧାମରେ ପହଞ୍ଚିସାରିଛି ପ୍ରଭୁ କେଦାରନାଥଙ୍କ ପ୍ରତିମା।

Kedarnath temple

ଏହା ସହ ଜାରି ରହିଛି ସ୍ୱତନ୍ତ୍ର ନୀତିକାନ୍ତି। ପ୍ରଭୁ କେଦାରନାଥ ମନ୍ଦିରକୁ ୧୩ କ୍ୱିଣ୍ଟାଲ ଫୁଲରେ ସଜ୍ଜା ହୋଇଛି। ହର ହର ମହାଦେବ ଧ୍ୱନୀରେ କମ୍ପି ଉଠୁଛୁ ଚତୁଃର୍ଦିଗ। ଆଜି କେଦାରନାଥ ଧାମରେ ବିଶେଷ ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି।

ଅନ୍ୟପକ୍ଷରେ ଯାତ୍ରୀଙ୍କ ଆଗମନକୁ ଦେଖି ସୋନପ୍ରୟାଗରୁ ଆରମ୍ଭ ହୋଇଛି ହେଲିକପ୍ଟର ସେବା। ଫଳରେ ଭକ୍ତମାନେ ସହଜରେ ମନ୍ଦିରରେ ପହଞ୍ଚିପାରିବେ। ପରମ୍ପରା ଅନୁସାରେ ଭୈରବ ଉପତ୍ୟକାରେ ଥିବା ଭୈରବ ମନ୍ଦିରରୁ ମା'ଗଙ୍ଗାଙ୍କ ଉତ୍ସବ ଦୋଳି ଗଙ୍ଗୋତ୍ରୀ ଧାମରେ ପହଞ୍ଚିଥିଲା। କେଦାରନାଥ ଧାମ ଖୋଲୁଥିବାରୁ ମନ୍ଦିର ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପହଲଗାମରେ ଆତଙ୍କୀ ହମଲା ଯୋଗୁ କେଦାରନାଥରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+