୪୦ ବର୍ଷ ହେଲା ମଉନ ରହିଛନ୍ତି ବାବା, ହ୍ୱାଟ୍ସଆପ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି କୋଚିଂ

ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ର ମେଳା ୧୩ ଜାନୁଆରୀରୁ ଆରମ୍ଭ ହୋଇଛି। ପ୍ରଶାସନ ଏଠାରେ ସମାଗମ ହେଉଥିବା ସାଧୁସନ୍ଥ, ପର୍ଯ୍ୟଟକ, ତୀର୍ଥଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରିଛନ୍ତି । ସାରା ବିଶ୍ୱରେ ପ୍ରସିଦ୍ଧ ଏହି ମହାକୁମ୍ଭ ୨୦୨୫ ମେଳା ୪ଟି ପ୍ରମୁଖ ସହର ପ୍ରୟାଗରାଜ, ଉଜୈନ, ହରିଦ୍ୱାର ଓ ନାସିକରେ ଲାଗି ଥାଏ। ଦେଶ ଓ ସାରା ଦୁନିଆରେ ବର୍ତ୍ତମାନ ମହାକୁମ୍ଭ ପାଇଁ ଆଧ୍ୟାତ୍ମିକ ବାତାବରଣ ଲାଗି ରହିଛି।

Mahakumbh 2025

ଚଳିତ ବର୍ଷ ମହାକୁମ୍ଭରେ ପ୍ରତାପଗଡର ଜଣେ ବାବା ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଲୋକଙ୍କ ମଧ୍ୟରେ ସେ ଚା' ବାବା ନାମରେ ଖୁବ୍‌ ପ୍ରସିଦ୍ଧ । ବାବା ମହାକୁମ୍ଭରେ ପହଞ୍ଚି ସାରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାବା ପ୍ରାୟ ୪୦ ବର୍ଷ ହେବ ମଉନ ରହିଛନ୍ତି ଓ ଆଇଏଏସ ହେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ହ୍ୱାଟ୍ସଆପ୍‌ ଜରିଆରେ କୋଚିଂ ଦିଅନ୍ତି।

କୁହାଯାଉଛି, ପ୍ରତାପଗଡର ଚା' ବାବା ପ୍ରାୟ ୪୦ ବର୍ଷ ଧରି ମଉନ ରହିଛନ୍ତି। ଅନ୍ୟ କୌଣସି ଖାଦ୍ୟ ନଖାଇ କେବଳ ଦିନକୁ ୧୦ ଥର ଚା' ପିଇଥାନ୍ତି। ବାବାଙ୍କ ପ୍ରକୃତ ନାମ ଦିନେଶ ସ୍ୱରୁପ ବ୍ରହ୍ମଚାରୀ । ହ୍ୱାଟ୍ସଆପ୍‌ ଜରିଆରେ ବାବା ନିଜ ଜ୍ଞାନ ବିସ୍ତାର କରି ଥାନ୍ତି । ଆଇଏଏସ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ହ୍ୱାଟ୍ସଆପ୍‌ ଜରିଆରେ ପାଠ ସହ ଜଡିତ ଅନେକ ତଥ୍ୟ ପ୍ରଦାନ କରାଇଥାନ୍ତି। ବାବାଙ୍କ କିଛି ଶିଷ୍ୟ ଏହା ବିଷୟରେ ସୂଚନା ଦେଇଛନ୍ତି। ବାବା ମାଗଣାରେ ପାଠ ସହ ଜଡିତ ତଥ୍ୟ ପ୍ରଦାନ କରାଇ ଥାନ୍ତି।

ବାବାଙ୍କ ଜଣେ ଶିଷ୍ୟ ଯେ କି ଆଇଏଏସ ପାଇଁ ପ୍ରସ୍ତୁତି କରୁଛନ୍ତି କହିଛନ୍ତି, ଦୀର୍ଘ ୫ ବର୍ଷ ହେବ ସେ ବାବାଙ୍କ ସହ ରହିଛନ୍ତି। ବାବା ଆଦୌ କଥା ହୁଅନ୍ତି ନାହିଁ । ମାତ୍ର ତାଙ୍କ ବାର୍ତ୍ତା ଆମ ନିକଟରେ ପହଞ୍ଚିଥାଏ। ଏହାସହ ପାଠ ସହ ଜଡିତ ଅନେକ ତଥ୍ୟ ଆମକୁ ଖୁବ୍‌ ସାହାଯ୍ୟ କରେ। ବାବାଙ୍କ ଉଦେଶ୍ୟ ତାଙ୍କର ଅଧିକାଂଶ ଶିଷ୍ୟଙ୍କୁ ଆଇଏଏସ କରିବା ସହ ସମାଜକୁ ଶିକ୍ଷିତ କରାଇବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+