ବନ୍ଧା ହେଲେ ବାବା ଚୈତନ୍ୟାନନ୍ଦ ସରସ୍ବତୀ

ସରିଲା ୭ ଦିନର ଲୁଚକାଳି ଖେଳ । ଉତ୍ତରପ୍ରଦେଶ ଆଗ୍ରାରୁ ଗିରଫ ହେଲେ ଦିଲ୍ଲୀର ବାବା ଚୈତନ୍ୟାନନ୍ଦ ସରସ୍ବତୀ । ଦିଲ୍ଲୀର ଏକ ଆଶ୍ରମରେ ୧୭ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତ ଆତ୍ମଘୋଷିତ 'ଭଗବାନ'ଙ୍କୁ ଆଗ୍ରାରୁ ଗିରଫ କରାଯାଇଛି । ଦିଲ୍ଲୀର ପୋଶ ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଅଛନ୍ତି ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ । ତାଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା, ମହିଳାଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଏବଂ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଭଳି ଅଭିଯୋଗ ରହିଛି ।

Baba Chaitanyanananda Saraswati

ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୩ଟା ୩୦ ସମୟରେ ଆଗ୍ରାର ତାଜ ଗଞ୍ଜର ହୋଟେଲ ଫାଷ୍ଟରୁ ଗିରଫ କରାଯାଇଛି । ବାୟୁସେନା ମୁଖ୍ୟାଳୟର ଅଭିଯୋଗ ପରେ ସେ ଅଗଷ୍ଟ ୪ ତାରିଖରେ ଫେରାର ହୋଇଯାଇଥିଲେ । ଅନେକ ଛାତ୍ରୀ ଅଭିଯୋଗ କରିଥିଲେ । ବାବା ସେମାନଙ୍କୁ ଧମକ ଦେବା ଏବଂ ଆପତ୍ତିଜନକ ବାର୍ତ୍ତା ପଠାଇବାର ଅଭିଯୋଗ କରାଯାଇଥିଲା । ଯୌନ ନିର୍ଯାତନା ଓ ଅସଦାଚରଣ ସହ ଆପରାଧିକ ଧମକ ଚମକ ଅଭିଯୋଗରେ ତାଙ୍କ ବିରୋଧରେ ବିଏନ୍ଏସ୍ ଧାରା ୭୫ (୨), ୭୯ ଓ ୩୫୧ (୨)ରେ ମାମଲା ରୁଜୁ କରିଛି । ଛାତ୍ରୀଙ୍କୁ ଅଧରାତିରେ ମେସେଜ୍ ପଠାଉଥିଲେ ବାବା । ବେବି, ମୁଁ ତୁମକୁ ବହୁତ ଭଲ ପାଏ । ମୁଁ ତୁମକୁ ବହୁତ ପସନ୍ଦ କରେ । ତୁମେ ଆଜି ସୁନ୍ଦର ଦେଖାଯାଉଛ । ମୋ ରୁମ୍‌କୁ ଆସ, ମୁଁ ତୁମକୁ ବିଦେଶକୁ ବୁଲାଇ ନେବି । ଏଥିପାଇଁ ତୁମକୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ବାବା ଏଭଳି ଖରାପ ସେମେଜ ଛାତ୍ରୀଙ୍କୁ ପଠାଉଥିବା ନେଇ ପୁଲିସ ହାତରେ ତଥ୍ୟ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+