Ram Mandir: ରାମ ମନ୍ଦିର ନିର୍ମାଣ ନହେବା ପର୍ଯ୍ୟନ୍ତ ବିବାହ ନକରିବାର ନେଇଥିଲେ ଶପଥ
Ram Mandir: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ସାରା ଦେଶରେ ଉତ୍ସାହ ମାହୋଲ ଦେଖିବା ପାଇଁ ମିଳିଛି । ବର୍ତ୍ତମାନ ଭଗବାନ ଶ୍ରୀ ରାମଙ୍କର ଜଣେ ବଡ଼ ଭକ୍ତଙ୍କ ପ୍ରେମ, ନିଷ୍ଠା ଏବଂ ପ୍ରତିଜ୍ଞାର କାହାଣୀ ସାମ୍ନାକୁ ଆସିଛି । ଲକ୍ଷ ଲକ୍ଷ ଭକ୍ତ ଭଗବାନ ଶ୍ରୀ ରାମଙ୍କୁ ନିଜର ଆରାଧ୍ୟ ଦେବତା ଭାବେ ପୂଜାର୍ଚ୍ଚନା କରିଥାନ୍ତି କିନ୍ତୁ ଏପରି ଜଣେ ବାବା ଅଛନ୍ତି ଯିଏ ରାମ ମନ୍ଦିର ନିର୍ମାଣ ନହେବା ପର୍ଯ୍ୟନ୍ତ ବିବାହ ନକରିବାର ନେଇଥିଲେ ଶପଥ । ତାଙ୍କ ନାମ ରବିନ୍ଦ୍ର ଓରଫ୍ ଭୋଜପାଲି ବାବା ।

ରିପୋର୍ଟ ଅନୁସାରେ, ବାବା ରବିନ୍ଦ୍ର ଓରଫ୍ ଭୋଜପାଲି ବାବା ୨୧ ବର୍ଷ ବୟସରେ ଶପଥ ନେଇଥିଲେ ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନହେବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ। ବର୍ତ୍ତମାନ ବାବାଙ୍କୁ ୫୨ ବର୍ଷ ବୟସ ହେଲାଣି ସେ ଏବେ ସେ ଆଉ ବିବାହ କରିବେ ନାହିଁ ବୋଲି ନିଜେ ବାବା କହିଛନ୍ତି । ବାବା ଭୋଜପାଲି କହିଛନ୍ତି ଯେ, ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଭାଙ୍ଗିବା ସମୟରେ ସେ ସେଠାରେ ମଧ୍ୟ ଉପସ୍ଥିତ ଥିଲେ ।
ତେବେ ବାବା ରବିନ୍ଦ୍ର ଓରଫ୍ ଭୋଜପାଲି ୨୧ ବର୍ଷରେ ନେଇ ଥିବା ସଂକଳ୍ପ ଆସନ୍ତା ଜୁନରେ ପୂରଣ ହେବା ପାଇଁ ଯାଉଛି । ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାବାଙ୍କୁ ନିମନ୍ତ୍ରଣ କରାଯାଇଛି । ନିୟନ୍ତ୍ରର ପ୍ରସ୍ତାବ ପାଇ ବାବା ଖୁବ ଖୁସି ଅଛନ୍ତି ।
ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରବିନ୍ଦ୍ର ଓରଫ୍ ଭୋଜପାଲି ବାବା ଭୋପାଳର ବାସିନ୍ଦା । ୧୯୯୨ରେ ସେ ଜଣେ କରସେବକ ଭାବେ ଅଯୋଧ୍ୟାକୁ ଯାଇଥିଲେ । ବାବଙ୍କ ପ୍ରତିଜ୍ଞାକୁ ୩୧ ବର୍ଷ ପୂରଣ ହେବା ସହ ବର୍ତ୍ତମାନ ରାମ ମନ୍ଦିର ପ୍ରତିଷ୍ଠା ହେବା ସହ ରାମ ଲଲାଙ୍କ ପ୍ରାଣି ପ୍ରତିଷ୍ଠା ହେବା ପାଇଁ ଯାଉଛି ।












Click it and Unblock the Notifications