ଭାରତରେ ପ୍ରବେଶ କଲା ଓମିକ୍ରନ୍ ସବ ଭାରିଆଣ୍ଟ BA.4
ଭାରତରେ ପ୍ରବେଶ କରିଛି ଓମିକ୍ରନର ଉପପ୍ରଜାତି BA.4 । ହାଇଦ୍ରାବାଦରେ ଚିହ୍ନଟ ପ୍ରଥମ ଆକ୍ରାନ୍ତ ହେଲା ପ୍ରଥମ ଆକ୍ରାନ୍ତ।
ହାଇଦ୍ରାବାଦ: ଥମିବାର ନା ନେଉନି ମହାମାରୀ କରୋନା । ଦିନକୁ ଦିନ ଭିନ୍ନ ଭିନ୍ନ ରୂପରେ ବ୍ୟାପିବାରେ ଲାଗିଛି ଏହି ଭୂତାଣୁ । ତେବେ ଏହାରି ଭିତରେ ଭାରତରେ ପ୍ରବେଶ କରିଛି ଓମିକ୍ରନର ଉପପ୍ରଜାତି BA.4 । ହାଇଦ୍ରାବାଦରେ ଚିହ୍ନଟ ପ୍ରଥମ ଆକ୍ରାନ୍ତ ହେଲା ପ୍ରଥମ ଆକ୍ରାନ୍ତ । ମେ 9 ତାରିଖରେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟରେ BA.4 ର ଲକ୍ଷଣ ଦେଖା ଦେବା ପରେ ଗୁରୁବାର ସେ ପଜିଟିଭ ଥିବା ଜଣାପଡିଛି । ଆକ୍ରାନ୍ତ ଜଣଙ୍କ ଜଣେ ଡାକ୍ତର ହୋଇଥିବା ବେଳେ ସେ ଦକ୍ଷିଣ ଆଫ୍ରିକାରୁ ନିକଟରେ ଭାରତକୁ ଫେରିଥିବା ଜଣାପଡିଛି ।

ମେଡିକାଲ ରିସର୍ଚ୍ଚ କାଉନସିଲ୍ ଅଫ୍ ଇଣ୍ଡିଆର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଏହି ଭାରିଆଣ୍ଟ ଆଗକୁ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ବ୍ୟାପିପାରେ । ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଅନ୍ୟ ଦେଶରେ ଏହି ଉପପ୍ରଜାତିର ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ତେବେ ଟିକା ନେଇ ଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହେଉଛନ୍ତି ।
ବିଶ୍ବସ୍ବାସ୍ଥ୍ୟ ସଂଗଠନର ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ମାରିଆ ଭାନ୍ କରଖୋଭ କହିଛନ୍ତି ଯେ, 'ଏହି ପ୍ରକାର ଭାରିଆଣ୍ଟ ଅଧିକ ବିପଦଜନକ ନୁହେଁ, କିନ୍ତୁ ଏହା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଖୁବଶୀଘ୍ର ବ୍ୟାପିଥାଏ ।' ତେବେ ଭାରତରେ ଟୀକାକରଣ ଜାରି ରହିଥିବା ବେଳେ ଏହାର ପ୍ରଭାବ କମ ରହିବା ନେଇ ବିଶେଷଜ୍ଞ ମତ ରଖିଛନ୍ତି ।
ଏହି ଭାରିଆଣ୍ଟର ମଧ୍ୟ ପ୍ରାୟ ସମାନ ଲକ୍ଷଣ ଦେଖାଯାଉଛି । ଜ୍ବର, କାଶ, ନାକ ବନ୍ଦ ହୋଇଯିବା, ପ୍ରବଳ ମୁଣ୍ଡ ବ୍ୟଥା ଆଦି ସହ ଆକ୍ରାନ୍ତ ନିଶ୍ପାସ ପ୍ରଶ୍ବାସ ନେବାରେ ଅସୁବିଧା ଭୋଗୁଛନ୍ତି ।












Click it and Unblock the Notifications