ଜେଲରୁ ମୁକୁଳିଲେ ଏସପି ନେତା ଆଜମ ଖାନ
ଜେଲରୁ ମୁକୁଳିଲେ ଉତ୍ତର ପ୍ରଦେଶ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ। ଦୀର୍ଘ 27 ମାସ ପରେ ଆଜି ଜେଲରୁ ତାଙ୍କୁ ଖଲାସ କରାଯାଇଛି । ଗତକାଲି ରାତିରେ ଆଜମ ଖାନଙ୍କୁ ମୁକ୍ତ କରିବା ନେଇ ଆସିଥିଲା ଆଦେଶ ।
ଲକ୍ଷ୍ନୌ: ଜେଲରୁ ମୁକୁଳିଲେ ଉତ୍ତର ପ୍ରଦେଶ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ। ଦୀର୍ଘ 27 ମାସ ପରେ ଆଜି ଜେଲରୁ ତାଙ୍କୁ ଖଲାସ କରାଯାଇଛି । ଗତକାଲି ରାତିରେ ଆଜମ ଖାନଙ୍କୁ ମୁକ୍ତ କରିବା ନେଇ ଆସିଥିଲା ଆଦେଶ । ଖବର ପାଇବା ପରେ ବିଳମ୍ବିତ ରାତିରେ ସିତାପୁର ଜେଲରେ ପହଞ୍ଚିଥିଲେ ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ଓ ତାଙ୍କ ବଡ ପୁଅ ଅଦିବ ଆଜମ ।

ଗତ ମେ' 10 ତାରିଖ ଦିନ ଆଜମ ଖାନଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । କିନ୍ତୁ ସେ ଜେଲରୁ ବାହାରିବା ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇ ନଥିଲା । ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି ।












Click it and Unblock the Notifications