Get Updates
Get notified of breaking news, exclusive insights, and must-see stories!

Ayushman Card List: ଆସିଲା ଆୟୁଷ୍ମାନ କାର୍ଡର ନୂଆ ଲିଷ୍ଟ୍‌ !  ଆପଣଙ୍କ ନାଁ ଅଛି କି ନାହିଁ ଚେକ୍ କରନ୍ତୁ

Ayushman Card: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନା ଲାଗୁ ହୋଇଥିଲେ ସୁଦ୍ଧା ଆଗାମୀ ଦିନରେ ଆୟୁଷ୍ମାନ
ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେଆୟୁଷ୍ମାନ ଯୋଜନା ମଧ୍ୟ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାରୁ କିଛି କମ୍‌ ନୁହେଁ । ଏହି ଯୋଜନାରେ ବି ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

ଉଭୟ ଗ୍ରାମାଞ୍ଚଳ ସହରାଞ୍ଚଳରେ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଯୋଜନାରେ ସମସ୍ତ ପ୍ରକାର ଲାଭ ପ୍ରଦାନ କରାଯାଉଛି । ଖାଲି ସେତିକି ନୁହେଁ, ଯେଉଁମାନେ ନିଜ ବାସସ୍ଥାନ ଛାଡ଼ି ବାହାରେ ରହୁଥିବେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି ସରକାର । ତେଣୁ ଯେଉଁମାନେ ଏଯାଏଁ ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରି ନାହାନ୍ତି ସେମାନେ ତୁରନ୍ତ ଆବେଦନ କରି ପାରିବେ ।

୨୦୨୪ ସୁଦ୍ଧା ଗ୍ରାମାଞ୍ଚଳରେ ରହୁଥିବା ସମସ୍ତ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଗତମାସରେ ଅନେକ ବ୍ୟକ୍ତି ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରିଥିଲେ । ଏବେ ଯୋଗ୍ୟ ହିତାଧିକାରୀଙ୍କୁ ଲିଷ୍ଟ୍‌ ଜାରି କରିଛନ୍ତି ସରକାର । ଆପଣ ଚାହିଁଲେ ଏହି ଲିଷ୍ଟ୍‌ ଚେକ୍‌ କରି ପାରିବେ ।

Ayushman Card List

ଏହି ଯୋଜନାରେ ସାମିଲ ହେଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଗ୍ରାମ ପଞ୍ଚାୟତ ଅନୁଯାୟୀ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ବର୍ତ୍ତମାନ ଗ୍ରାମାଞ୍ଚଳରେ ରହୁଥିବ ପ୍ରତ୍ୟେକ ବ୍ୟକ୍ତି ଗ୍ରାମ ପଞ୍ଚାୟତ ଲିଷ୍ଟ୍‌ରେ ନିଜ ନାମ ସାମିଲ ଅଛି କି ନାହିଁ ତାହା ଚେକ୍‌ କରି ପାରିବେ ।

ଯଦି କୌଣସି ବ୍ୟକ୍ତି ନିଜ ନାମ ଏହି ଲିଷ୍ଟରେ ପାଉ ନାହାନ୍ତି ତେବେ ସରକାରଙ୍କ ସ୍ବାସ୍ଥ୍ୟ ପୋର୍ଟାଲ୍‌ ଯାଇଁ ମଧ୍ୟ ଚେକ୍‌ କରି ପାରିବେ । ଅନ୍ୟଥା ପରବର୍ତ୍ତୀ ତାଲିକାରେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ପାରିବ । କାରଣ ପ୍ରତି ମାସ ୧୦ ତାରିଖ ସୁଦ୍ଧା ଏହି ଲିଷ୍ଟ ଅପଡେଟ୍‌ ହୋଇଥାଏ ।

ଆୟୁଷ୍ମାନ କାର୍ଡର ଗ୍ରାମାଞ୍ଚଳ ଲିଷ୍ଟ୍‌ ଦେଖିବାକୁ ପ୍ରଥମେ ଅଫିସିଆଲ୍‌ ୱେବ୍‌ସାଇଟ୍‌ ଭିଜିଟ୍‌ କରନ୍ତୁ । ହୋମ୍‌ପେଜ୍‌ରେ ଆପଣଙ୍କୁ ବିଭିନ୍ନ ବିକଳ୍ପ ଦେଖିବାକୁ ମିଳିବ । ଏଠାରେ ଆପଣ ଗ୍ରାମାଞ୍ଚଳ ହିତାଧିକାରୀ ଲିଷ୍ଟ୍‌ ବିକଳ୍ପ ଚୟନ କରନ୍ତୁ । ଏଠାରେ ଆପଣଙ୍କ ନୂଆ ଲିଷ୍ଟ୍‌ର ଏକ ଲିଙ୍କ୍‌ ଦେଖିବାକୁ ମିଳିବ । ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କଲେ, ଆପଣ ସମସ୍ତ ବିବରଣୀ ଦେଖି ପାରିବେ । ଏଥିପାଇଁ ମୋବାଇଲ ନମ୍ବର କିମ୍ବା ରେଜିଷ୍ଟ୍ରେସନ ନମ୍ବର ଦାଖଲ କରିବାକୁ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+