Ayushman Bharat Yojana: ଆୟୁଷ୍ମାନ କାର୍ଡ ପାଇଁ କିଏ ଆବେଦନ କରିପାରିବେ?
Ayushman Bharat Yojana: ସରକାର ବିଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି, ଯେଉଁଥିରେ ଆୟୁଷ୍ମାନ ଯୋଜନା ଅନ୍ୟତମ । ଯାହା ମାଧ୍ୟମରେ ଆପଣଙ୍କୁ ଯେକୌଣସି ସରକରୀ, ବେସରକାରୀ ହସ୍ପିଟାଲରେ ୫ ଲକ୍ଷର ମାଗଣା ଚିକିତ୍ସା କରାଇପାରିବ। ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏହାର ଯୋଗ୍ୟତା ବିଷୟରେ ଜଣିବାକୁ ପଡିବ, ଆସନ୍ତୁ ଜାଣିବା ଏହି ବିଷୟରେ..

ଆୟୁଷ୍ମାନ କାର୍ଡ ପାଇଁ କିଏ ଆବେଦନ କରିପାରିବେ?
- -ଗରିବ କିମ୍ବା ଆଦିବାସୀ ବ୍ୟକ୍ତି, ଯେଉଁମାନେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କିମ୍ବା ଆଦିବାସୀ ସଂପ୍ରଦାୟର ହୋଇଥିବେ।
- -ଯେଉଁ ବ୍ୟକ୍ତି ଜୀବିକା ପାଇଁ ଦୈନିକ ଭାବେ ମଜୁରି ଉପରେ ନିର୍ଭର କରିଥାଏ।
- -ଏପରି ଘର ଯେଉଁଥିରେ ବିକଳାଙ୍ଗ ବ୍ୟକ୍ତି ସାମିଲ ଥିବେ।
- -ଗ୍ରାମୀଣ କ୍ଷେତ୍ରରେ ରହୁଥୁବା ଲୋକେ, ଯେଉଁମାନଙ୍କ ପାଖେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ସୁବିଧା ନାହିଁ।
- ଅନୁସୂଚୀତ ଜାତି ବା ଅନୁସୂଚୀତ ଜନଜାତିର ସଦସ୍ୟ, ଏହି ସମୁଦାୟର ବ୍ୟକ୍ତି ମଧ୍ୟ ଆବେଦନ କରିପାରିବେ।
ଆୟୁଷ୍ମାନ କାର୍ଡ ପାଇଁ କିଏ ଆବେଦନ କରିପାରିବେ ନାହିଁ?
- -ଯେଉଁ ଲୋକମାନଙ୍କ ଦରମାରୁ ଭବିଷ୍ୟ ନିଧି (ପିଏଫ) କଟୁଥିବ।
- -ସରକାରୀ ଚାକିରି କରୁଥିବା ବ୍ୟକ୍ତି।
- -ବଡ଼ ସଂସ୍ଥାର ମାଲିକ।
- -କରଦାତା, ଯେଉଁ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥାଏ।
- -ସାମାଜିକ ସୁରକ୍ଷା ସୁବିଧା ସଂରଚନା କ୍ଷେତ୍ରଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ।
ମାନଦଣ୍ଡ ପୁରଣ କରିବା ପରେ, ଆପଣ ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରିପାରିବେ। ଏହି କାର୍ଡ ଆପଣଙ୍କୁ ସୂଚୀବଦ୍ଧ ହସ୍ପିଟାଲରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଅଧିକାର ଦେଇଥାଏ।
ଯେଉଁମାନଙ୍କ ବୟସ ୭୦ କିମ୍ବା ତା'ଠାରୁ ଅଧିକ ଓ ସେମାନଙ୍କ ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ପୂର୍ବରୁ ହିଁ ସାମିଲ ଅଛନ୍ତି, ସେମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ମାଗଣା ଚିକିତ୍ସା ପାଇଁ ସୁବିଧା ମିଳିବ। ଏହି ସୁବିଧା ଅର୍ଥ କେବଳ ୭୦ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଖର୍ଚ୍ଚ କରାଯାଇପାରିବ । ଏହି ଟଙ୍କା ପରିବାରର ଅନ୍ୟ ୭୦ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଖର୍ଚ୍ଚ କରାଯାଇ ପାରିବ ନାହିଁ।
ଯେଉଁମାନଙ୍କ ବୟସ ୭୦ରୁ ଉର୍ଦ୍ଧ ଓ ସେମାନେ ଜାତୀୟ ସରକାରୀ ସ୍ବାସ୍ଥ୍ୟ ସ୍କିମ୍ (CGHS), ଏକ୍ସ-ସର୍ଭିସି ଅବଦାନ ସ୍ବାସ୍ଥ୍ୟ ସ୍କିମ୍ (ECHS) ଓ ଆୟୁଷ୍ମାନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ର ଫାଇଦା ହାସଲ କରୁଛନ୍ତି, ସେମାନେ ପୂର୍ବ ଯୋଜନାରେ ରହିପାରିବେ କିମ୍ବା ନୂଆ ଆୟୁଷ୍ମାନ ଯୋଜନାରେ ନିଜକୁ ସାମିଲ କରିପାରିବେ। ସେମାନଙ୍କ ପାଖରେ ଏ ନେଇ ବିକଳ୍ପ ରହିବ।
କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ୭୦ ବର୍ଷ କିମ୍ବା ତା' ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଘରୋଇ ସ୍ୱାସ୍ଥ୍ୟ ବୀମା କିମ୍ବା ରାଜ୍ୟ ବୀମା ସ୍କିମ ଅଧୀନରେ ରହିଛନ୍ତି, ସେମାନେ ମଧ୍ୟ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।
ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୮, ୩୫୧ ହସ୍ପିଟାଲ ପଞ୍ଜୀକୃତ ହୋଇଛି। ସେଥିରେ ୧୨,୮୨୪ ଘରୋଇ ହସ୍ପିଟାଲ ରହିଛନ୍ତି। ୨୦୨୨-୨୩ ବର୍ଷରେ ପ୍ରାୟ ୫୬% ରୋଗୀଙ୍କ ଆଡମିଶନ ଘରୋଇ ହସ୍ପିଟାଲରେ ହୋଇଥିବାବେଳେ ୪୪%ଙ୍କ ଚିକିତ୍ସା ସରକାରୀ ହସ୍ପିଟାଲରେ ହୋଇଛି।
ଆୟୁଷ୍ମାନ ଭାରତ ହିତାଧିକାରୀଙ୍କୁ ୨୭ପ୍ରକାର ରୋଗରେ ମୋଟ ୧୯୪୯ ପଦ୍ଧତିରେ ଚିକିତ୍ସା ସୁବିଧା ମିଳୁଛି। ହିତାଧିକାରୀ କ୍ୟାନସର, ଜରୁରୀ ଚିକିତ୍ସା ଓ ଯତ୍ନ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ ବୃକକ୍ ସଂକ୍ରାନ୍ତ ବ୍ୟାଧିର ଚିକିତ୍ସା ସେବା ମାଗଣାରେ କରିପାରୁଛନ୍ତି। ଏହି ଯୋଜନାରେ ଲିଙ୍ଗଗତ ସମାନତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଏବେ ଆୟୁଷ୍ମାନ କାର୍ଡଧାରୀଙ୍କ ମଧ୍ୟରେ ୪୯ ପ୍ରତିଶତ ମହିଳା। ସେହିଭଳି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବାରେ ମହିଳାଙ୍କ ସଂଖ୍ୟା ୪୮%। ମହିଳାଙ୍କ ପାଇଁ ଏହି ଯୋଜନାରେ ୧୪୧ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications