Get Updates
Get notified of breaking news, exclusive insights, and must-see stories!

ଆୟୁଷ୍ମାନ ଭାରତ ଯୋଜନା ଏବଂ ଆରୋଗ୍ୟ ମନ୍ଦିର ଦେଶର କୋଣଅନୁକୋଣରେ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଛନ୍ତି;ପ୍ରଧାନମନ୍ତ୍ରୀ

ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମି ଗତ କିଛିବର୍ଷ ମଧ୍ୟରେ ଦୃଢ଼ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ଲୋକଙ୍କ ଆକାଂକ୍ଷା ପୂରଣ ଦିଗରେ 'ସବ୍‍ କା ସାଥ୍‍ ସବ୍‍ କା ବିକାଶ' ଶୀର୍ଷକ ବଜେଟ୍‍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା କେବଳ ଆଲୋଚନାର ବିଷୟବସ୍ତୁ ନୁହେଁ, ବରଂ ବଜେଟ ଓ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ଅଟେ।

ସେ କହିଛନ୍ତି, କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ବ୍ୟବସ୍ଥା କରିବା ନିମନ୍ତେ ଶହଶହ ସଂଖ୍ୟାରେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନା ଏବଂ ଆରୋଗ୍ୟ ମନ୍ଦିର ଭଳି ସ୍ୱାସ୍ଥ୍ୟସେବା ସଂସ୍ଥାଗୁଡ଼ିକ ଦେଶର କୋଣଅନୁକୋଣରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ବିଶ୍ୱରେ ଭାରତର ପାରମ୍ପରିକ ଯୋଗ ଏବଂ ଆୟୁର୍ବେଦକୁ ଲୋକପ୍ରିୟ କରାଉଛନ୍ତି । ସ୍ୱାସ୍ଥ୍ୟ ଅର୍ଥନୀତିର ବିକାଶ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ସ୍ତରରେ ସେବାଯତ୍ନ ଯୋଗାଇ ଦେବାର ଚାହିଦା ବୃଦ୍ଧି ପାଉଥିବା ବେଳେ ଦେଶର ଲକ୍ଷଲକ୍ଷ ଯୁବପିଢ଼ିଙ୍କ ପାଇଁ ଏହା ନୂତନ ଦକ୍ଷତା ବ୍ୟବସ୍ଥିତ ନିୟୋଜନ ସୁଯୋଗ ସୃଷ୍ଟି କରିଛି ।

Prime Minister

ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ମାଥ୍‍ମେଟିକ୍ସ-ଷ୍ଟେମ୍‍ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମହିଳାମାନଙ୍କ ସମାନ ଯୋଗଦାନ ନେଇ ଏହା ସୁନିଶ୍ଚିତ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବଗବେଷକମାନଙ୍କୁ ଆହୁରି ଅଧିକ ଯତ୍ନଶୀଳ ହେବା ପାଇଁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ମୋଦୀ ଶିକ୍ଷା, ନିଯୁକ୍ତି ଏବଂ ଉଦ୍ୟୋଗ ମଧ୍ୟରେ ସଂପର୍କ ବିଷୟରେ ଆଲୋଚନା କରି ଭାରତ ଆନିମେସନ, ଭିଜୁଆଲ୍‍ ଇଫେକ୍ଟ, ଗେମିଙ୍ଗ୍‍ ଏବଂ କମିକ୍ସ କ୍ଷେତ୍ରକୁ ପ୍ରାଧାନ୍ୟ ଦେଉଛି ବୋଲି କହିଛନ୍ତି । ସେ କହିଛନ୍ତି, ଭାରତ ଏକ ନବସୃଜନ ପରିଚାଳିତ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି। ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକୁ ଶିଳ୍ପ ସହଯୋଗ ଏବଂ ଗବେଷଣା ପରିଚାଳିତ ଶିକ୍ଷାକେନ୍ଦ୍ରରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+