Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ଶ୍ରୀରାମ ମନ୍ଦିରର ଶିଖରରେ ପତାକା ଉଡ଼ାଇବେ ପ୍ରଧାନମନ୍ତ୍ରୀ

ଆସନ୍ତା ୨୫ ତାରିଖ (ମଙ୍ଗଳବାର)ରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ହେବାକୁ ଯାଉଛି ଧ୍ୱଜାରୋହଣ ସମାରୋହ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ପ୍ରଧାନମନ୍ତ୍ରୀ ମନ୍ଦିରର ଶିଖରରେ ପତାକା ଉଡ଼ାଇବେ । ଏଥିଲାଗି ମନ୍ଦିର ପରିସର ତଥା ସମଗ୍ର ସହରରେ ପ୍ରସ୍ତୁତି ବାତାବରଣ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ରହିଛି । ସାଧୁ ଓ ସନ୍ଥ ସମାଜରେ ମଧ୍ୟ ଏହି ଐତିହାସିକ ଅବସରକୁ ନେଇ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଧ୍ୱଜାରୋହଣ ଉତ୍ସବ କୋଟି କୋଟି ରାମଭକ୍ତଙ୍କ ଲାଗି ଗର୍ବର ମୁହୂର୍ତ୍ତ ବୋଲି ସନ୍ଥମାନେ ଦର୍ଶାଇଛନ୍ତି ।

ଜଗଦଗୁରୁ ପରମହଂସ ଆଚାର୍ଯ୍ୟଜୀ ମହାରାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାର କେବଳ ବିକାଶ କରିନାହାନ୍ତି, ବରଂ ଏହାକୁ ତ୍ରେତୟା ଯୁଗ ଭଳି ସ୍ୱରୂପ ଦେଇଛନ୍ତି । ବେଦ, ପୁରାଣ ଏବଂ ଶାସ୍ତ୍ରରେ ବର୍ଣ୍ଣିତ ଅଯୋଧ୍ୟା ଆଜି ବାସ୍ତବିକ ଅଯୋଧ୍ୟାରେ ଦେଖିବାକୁ ମିଳୁଛି । ଧ୍ୱଜାରୋହଣ ଉତ୍ସବ ତମାମ ରାମଭକ୍ତଙ୍କ ପାଇଁ ଭକ୍ତି ଓ ଆବେଗର ମୁହୂର୍ତ୍ତ ।

Ram Mandir

ସନ୍ଥମାନଙ୍କ ଅନୁସାରେ, ଧର୍ମଧ୍ୱଜ ସ୍ଥାପନା ହିନ୍ଦୁ ରାଷ୍ଟ୍ରର ପ୍ରତୀକ ଭାବେ ଦେଖାଯାଏ । ରାମରାଜ, ପ୍ରେମ, ଭାଇଚାରା ଏବଂ ମାନବତାର ଭାବନା ପ୍ରସାର କରିବା ଏହାର ଉଦ୍ଦେଶ୍ୟ । ରାମ ମନ୍ଦିର ଶିଖରରେ ଉଡ଼ିବାକୁ ଥିବା ଭବ୍ୟ ପତାକା ୨୨ ଫୁଟ ଲମ୍ବା ଓ ୧୧ ଫୁଟ ଚଉଡ଼ା । ସିଲ୍କ କପଡ଼ାରେ ପ୍ରସ୍ତୁତ ଏହି ଧ୍ୱଜାର ଓଜନ ୪ କିଲୋଗ୍ରାମ ।

ଏଥିରେ ସୂର୍ଯ୍ୟ, ଓମ୍ ଓ କାଞ୍ଚନ ବୃକ୍ଷର ଶୁଭ ଚିହ୍ନ ରହିଛି । ଏହା ମନ୍ଦିରର ସେହି ୪୨ ଫୁଟ ଉଚ୍ଚତା ଏବଂ ୫୧୦୦ କିଲୋ ଓଜନର ଧ୍ୱଜଦଣ୍ଡରେ ଉଡ଼ିବ । ଧ୍ୱଜାରୋହଣ କାର୍ଯ୍ୟକ୍ରମକୁ ପ୍ରାୟ ୭ ହଜାର ଲୋକଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଯାଇଛି । ଏମାନଙ୍କ ମଧ୍ୟରେ ବଞ୍ଚିତ ଓ ସାମାଜିକ ଦୃଷ୍ଟିରୁ ପଛୁଆ ସମୁଦାୟ ପ୍ରମୁଖ ଅନ୍ତର୍ଭୁକ୍ତ । ଅୱଧ କ୍ଷେତ୍ରର ୧୩ ଜିଲ୍ଲାରୁ ୧୦୮୯ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+