For Quick Alerts
Turn On Notification  
For Daily Alerts
Oneindia App Download

ମଧ୍ୟାହ୍ନ ଭୋଜନରେ ପିଲାଙ୍କ ଥାଳିରେ ଲୁଣ-ଭାତ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଘୋଟାଲା । ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ମିଳୁଥିବା ମଧ୍ୟାହ୍ନ ଭୋଜନରେ ସୁଷମ ଖାଦ୍ୟ ପରିବର୍ତ୍ତେ ଲୁଣ-ଭାତ ।

|

ଲକ୍ଷ୍ନୌ: ବର୍ତ୍ତମାନ ସରକାର ପିଲାଙ୍କ ଭବିଷ୍ୟତ ନେଇ ଭଲ ଶିକ୍ଷା ସାଙ୍ଗକୁ ଭଲ ସ୍ବାସ୍ଥ୍ୟ ନେଇ ପ୍ରତି ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଇଛନ୍ତି । କିନ୍ତୁ ଅନେକ ସ୍ଥାନରୁ ଏହାକୁ ନେଇ ଅଭିଯୋଗ ଆସୁୁଛି । କେଉଁଠି ପିଲାଙ୍କ ପରିବର୍ତ୍ତେ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ଖାଇଲେଣି ତ ଆଉ କେଉଁଠି ଖାଦ୍ୟର ପ୍ରସ୍ତୁତିକୁ ନେଇ ହେଉଛି ଅଭିଯୋଗ । ତେବେ ନିକଟରେ ଉତ୍ତରପ୍ରଦେଶ ଅଯୋଧ୍ୟାର ଏକ ସରକାରୀ ବିଦ୍ୟାଳୟରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଥିବା ଦେଖାଯାଇଛି । ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ମିଳୁଥିବା ମଧ୍ୟାହ୍ନ ଭୋଜନରେ ସୁଷମ ଖାଦ୍ୟ ପରିବର୍ତ୍ତେ ଲୁଣ-ଭାତ ମିଳୁଛି । ପିଲାମାନେ ଲୁଣ-ଭାତ ଖାଉଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏନେଇ ପଦକ୍ଷେପ ନେବା ପାଇଁ ଦାବି ଜୋର ଧରିଛି ।

ବିଦ୍ୟାଳୟକୁ ଠିକ ସମୟରେ ସରକାରଙ୍କ ପକ୍ଷରୁ ସମସ୍ତ ଖାଦ୍ୟ ସାମଗ୍ରୀ ମିଳିବା ସତ୍ତ୍ବେ ବି ପିଲାମାନେ କେବଳ ଲୁଣ-ଭାତ କାହିଁକି ଖାଉଛନ୍ତି ସେ ନେଇ ଚିନ୍ତା ପ୍ରକଟ କରିଥିଲେ ଅଭିଭାବକ । ପିଲାକୁ ଭରସା କରି ବିଦ୍ୟାଳୟ ପଠାଇବାର ଫଳ ସ୍ବରୂପ ଏପରି ଘଟଣାକୁ ସହଜରେ ହଜମ କରିପାରୁ ନାହାଁନ୍ତି ସ୍ଥାନୀୟ ଲୋକଙ୍କ ସମେତ କିଛି ଅଭିଭାବକ ।

MID DAY

ସରକାରୀ ନିୟମ ଅନୁସାରେ ପିଲାମାନେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କେଉଁ ଦିନ କେଉଁ ଖାଦ୍ୟ ପ୍ରଦାନ କରାଯିବ ତାହା ବିଦ୍ୟାଳୟ କାନ୍ଥରେ ଲେଖାଯାଇଛି। କିନ୍ତୁ ପିଲା ଏଠାରେ ଲୁଣ-ଭାତ ଖାଉଛନ୍ତି । ଏହି ଘଟଣାର ଯାଞ୍ଚ କରି ଅଯୋଧ୍ୟା ଜିଲ୍ଲାପାଳ ନୀତୀଶ କୁମାର ଜିଲ୍ଲାର ଚୌରେବାଜାର ଅଞ୍ଚଳରେ ଅବସ୍ଥିତ ଦିହୱା ପାଣ୍ଡେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଏକତା ଯାଦବଙ୍କୁ ନିଲମ୍ବନ ନେଇ ନିର୍ଦ୍ଦେଶ ଦେଇଥିଲେ ।

Mid-day

ସୂଚନା ଅନୁସାରେ, ଏହି ସ୍କୁଲଟି ଗାଁ ନିକଟବର୍ତ୍ତୀ ହୋଇଥିବାରୁ ପିଲାମାନେ ଘରକୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ନେଇ ସେଠାରେ ଖାଇଥାନ୍ତି । ଫଳରେ ଖାଦ୍ୟ ସରିଯାଇଥାଏ । ନଚେତ ଅନ୍ୟ କୌଣସି କାରଣ ବଶତଃ ଆଉ ବାକି କିଛି ପିଲା ଲୁଣ ସହିତ ଭାତ ଖାଉଥିବା ଜାଣିବାକୁ ପାଇଥିଲେ କିଛି ଅଭିଭାବକ । ଏହାପରେ ସ୍କୁଲରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । ଏହାକୁ ଗୁରୁତର ସହିତ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ବିଦ୍ୟାଳୟରେ ପିଲାମାନେ କେତେ ଦିନ ହେବ ଲୁଣ-ଭାତ ଖାଉଥିଲେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The principal of a govt primary school of Uttar Pradesh's Ayodhya district has been suspended after a video of students being served rice with salt in the mid-day meal.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X