ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଜଳମଗ୍ନ ହେଲା ଗର୍ଭ ଗୃହ
ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି। ବର୍ଷା ହେବା ପରେ ମନ୍ଦିର ଛାତରୁ ପାଣିଲିକ୍ ହେଉଛି। ପାଣି ବାହାର କରିବାକୁ କୌଣସି ବ୍ୟବସ୍ଥା ବି ନାହିଁ। ଚଳିତବର୍ଷ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହାକୁ ୬ ମାସ ପୂରିଥିବା ବେଳେ ଛାତରୁ ପାଣି ଗଳିବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହ ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ।
ଗତ ଶନିବାର ରାତିରେ ଅଯୋଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷାରେ ରାସ୍ତାଘାଟ ଜଳମଗ୍ନ ହୋଇ ଯାଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ବି ଜଳମଗ୍ନ ହୋଇ ଯାଇଥିଲା। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବାନୁଯାୟୀ, ରାମଲାଲାଙ୍କ ସମ୍ମୁଖରେ ପୂଜାରୀଙ୍କ ବସିବା ନିମନ୍ତେ ବ୍ୟବସ୍ଥା ହୋଇଛି। ଏଥି ସହ ଆସୁଥିବା ଭିଆଇପିଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା ହୋଇଛି। ମାତ୍ର ଶନିବାର ବିଳମ୍ବିତ ରାତିରେ ହୋଇଥିବା ପ୍ରଥମ ବର୍ଷାରେ ହିଁ ଗର୍ଭ ଗୃହ ଜଳମଗ୍ନ ହୋଇ ଯାଇଥିଲା।

ସେହିପରି ୨୦୨୫ ସୁଦ୍ଧା ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସ। ସେହିପରି ଶ୍ରୀରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ମଧ୍ୟ ମନ୍ଦିରର ପ୍ରଥମ ମହଲାରୁ ବର୍ଷା ପାଣି ଲିକ୍ ହେଉଥିବା ସ୍ପଷ୍ଟ କରିଛନ୍ତି।












Click it and Unblock the Notifications