ଅଯୋଧ୍ୟା ରାମ ମନ୍ଦିରକୁ ଆକ୍ରମଣ ଧମକ
ଅଯୋଧ୍ୟାର ରାମ ମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ନେଇ ଧମକ ମିଳିଛି । ରାମ ମନ୍ଦିର ଟ୍ରଷ୍ଟକୁ ମେଲ୍ ଯୋଗେ ଏହି ଧମକ ମିଳିଥିବା ସୂଚନା ମିଳିଛି । ଏନେଇ ଖବର ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଛି । ରବିବାର ବିଳମ୍ବିତ ରାତିରେ ଏହି ଧମକଭରା ଇମେଲ୍ ମିଳିଥିଲା । ଇମେଲ୍ କିଏ ପଠାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ସୁଦ୍ଧା ତାମିଲନାଡୁ କନେକ୍ସନ ନେଇ ପୋଲିସ ସନ୍ଦେହ କରୁଛି । ତାମିଲନାଡୁର ଜଣେ ବ୍ୟକ୍ତି ଇଂରାଜୀ ଭାଷାରେ ଏହି ଇମେଲ୍ କରିଥିବା କୁହାଯାଉଛି ।

ଇମେଲ୍ ମାଧ୍ୟମରେ ଧମକ ନେଇ ଏହା ପ୍ରଥମ ମାମଲା ନୁହେଁ । ଭାରତରେ ଏଭଳି ଧମକପୂର୍ଣ୍ଣ ମେଲ୍ ପ୍ରତିଦିନ ଆସୁଛି । କେତେବେଳେ ବିମାନ ବନ୍ଦର ତ ଆଉ କେତେବେଳେ ସ୍କୁଲ କଲେଜ୍କୁ ଟାର୍ଗେଟ କରି ଧମକ ଦେଉଛନ୍ତି ଦୁର୍ବୃତ୍ତ । ଏହା ପୂର୍ବରୁ ଆଜି ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ପ୍ରାୟ ୬ ମାସରେ ୯ ଥର ତାଙ୍କୁ ହତ୍ୟା ଧମକ ମିଳିସାରିଛି ।












Click it and Unblock the Notifications