ଭିଡ଼କୁ ଦୃଷ୍ଟିରେ ଟ୍ରଷ୍ଟ ଜାରିକଲା ରାମଲଲ୍ଲାଙ୍କ ଦର୍ଶନ ଓ ଆଳତୀ ସମୟ

ଅଯୋଧ୍ୟା : ଭାରତର ସ୍ୱର୍ଣ୍ଣିମ ଇତିହାସରେ ଜାନୁଆରୀ ୨୨ ତାରିଖ ସବୁ ବେଳେ ଅମର ହୋଇ ରହିବ । ୫୦୦ ବର୍ଷର ଲମ୍ବା ଅପେକ୍ଷା ପରେ ରାମଲାଲା ତାଙ୍କର ଭବ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି । ରାମ ଲଲାଙ୍କ ବିରାଚମାନ ପରେ ଅଯୋଧ୍ୟା ସହ ସାରା ଦେଶ ହୋଇଛି ରାମମୟ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାମ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି ।

ମନ୍ଦିର ଖୋଲିବା ପରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି । ପ୍ରାଣପ୍ରତିଷ୍ଠା ପରଦିନ ରାମଲଲ୍ଲାଙ୍କୁ ୫ଲକ୍ଷ ଭକ୍ତ ଦର୍ଶନ କରିଥିବା ଜଣାପଡ଼ିଛି । ଏହି ଭିଡି ଆଗାମୀ ଦିନରେ ଆହୁରି ବଢ଼ିବାରେ ଅନୁମାନ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି । ଏହି ସବୁ ଭିତରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିରରେ ରାମଲଲ୍ଲାଙ୍କ ଆଳତୀ ଓ ଦର୍ଶନ ସମୟ ବିଷୟରେ ସୂଚନା ଦେଇଛି । ଏହି ସୂଚୀରେ ସୃଙ୍ଗାର ଆଳତୀ ଠାରୁ ନେଇ ଶୟନ ଆଳତୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି ।

ram mandir

ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରବକ୍ତା ଓ ମିଡିଆ ପ୍ରଭାରୀ ଶରଦ ଶର୍ମାଙ୍କ ଅନୁସାରେ, 'ଶ୍ରୀରାମଲଲ୍ଲାଙ୍କ ସୃଙ୍ଗାର ଭୋର ୪ଟା୩୦ରେ, ମଙ୍ଗଳ ଅଳତୀ ୬ଟା୩୦ରେ ଶେଷ ହେବାପରେ ଭକ୍ତ ରାମଲଲ୍ଲାଙ୍କ ଦର୍ଶନ କରିପାରିବେ । ସେହିପରି ରାମଲଲ୍ଲାଙ୍କ ଭୋଗ ପାଇଁ ଆଳତୀ ଦିନ ୧୨ଟା ଆରମ୍ଭ ହେବ । ଏହାପରେ ସନ୍ଧ୍ୟା ଆଳତୀ ୭ଟା୩୦ରେ ହେବ । ଆଠଟାରେ ଭୋଗ ଆଳତୀ ହୋଇ ରାତି ୧୦ଟାରେ ଶୟନ ଆଳତୀ ହେବାର ସୂଚନା ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+