Get Updates
Get notified of breaking news, exclusive insights, and must-see stories!

'ଏହି ସପ୍ତାହରେ ସଂପୂର୍ଣ୍ଣ ହେବ ରାମ ମନ୍ଦିର'

ଅଯୋଧ୍ୟାର ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ଜୁନ ମାସ ପ୍ରଥମ ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ହେବ । ଜୁନ ୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ଓ ଏହାର ୧-୨ ଦିନ ସୁଦ୍ଧା ଲୋକମାନେ ନବନିର୍ମିତ ମନ୍ଦିରରେ ପ୍ରବେଶ କରିପାରିବେ ବୋଲି କହିଛନ୍ତି ଶ୍ରୀରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ମନ୍ଦିରର ଶିଖର ନିର୍ମାଣ କାମ ସଂପୂର୍ଣ୍ଣ ହୋଇଛି ଓ ଆସନ୍ତା ମେ ମାସର ୨୧ରେ ମନ୍ଦିରରେ ଭାଗବାନ ରାମ, ସୀତା, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଓ ହନୁମାନଜୀଙ୍କ ବିଗ୍ରହର ପ୍ରତିଷ୍ଠା ହେବ । ଜୁନ ୫ ସୁଦ୍ଧା ମନ୍ଦିର ନିର୍ମାଣ କାମ ସଂପୂର୍ଣ୍ଣ ହେବ । ସଂପୂର୍ଣ୍ଣ ମନ୍ଦିରକୁ ସର୍ବସାଧାରଣଙ୍କ ପାଇଁ ଜୁନ ୫ର ଦିନେ ଦୁଇଦିନ ମଧ୍ୟରେ ଖୋଲିଦିଆଯିବ ।

ଶ୍ରୀ ମିଶ୍ର କହିଛନ୍ତି ଯେ ମନ୍ଦିର ନିର୍ମାଣରେ କେବେବି ଅର୍ଥାଭାବ ହୋଇନଥିଲା । ସେହିପରି ମନ୍ଦିର ନିର୍ମାଣବେଳେ ବିଭିନ୍ନ ସମସ୍ୟା ଦେଖଦେଇଥିଲେ ବି ଦିବ୍ୟକୃପା ଯୋଗୁଁ ସମସ୍ତ ସମସ୍ୟା ଦୂରହୋଇଥିଲା ।

ram mandir

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୁନ ୫ର ଦିନେ ଦୁଇଦିନ ପରେ ରାମ ମନ୍ଦିର ପରିସରରେ ନିର୍ମିତ ମହର୍ଷି ବାଲ୍ମିକୀ, ମହର୍ଷି ବିଶ୍ବାମିତ୍ର, ବଶିଷ୍ଟ, ଅହଲ୍ୟା, ନିଷାଦରାଜ, ସବରୀମାତା ଓ ଅଗସ୍ତ୍ୟା ମୁନିଙ୍କ ମନ୍ଦିରକୁ ଲୋକମାନେ ଯାଇପାରିବେ । ଜୁନ ୫ରେ ରାମ ଦରବାର ମନ୍ଦିରର ପୂଜା ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+