୨୫୦୦ ବର୍ଷ ମଧ୍ୟରେ ଆସିବାକୁ ଥିବା ଭୂକମ୍ପ ବି... ରାମ ମନ୍ଦିରକୁ ନେଇ ବୈଜ୍ଞାନିକମାନେ କରିଲେ ବଡ଼ ଦାବି
ଅଯୋଧ୍ୟା: ଆସ୍ତା ଓ ବିଶ୍ୱାସ ଏବଂ ପର୍ଯ୍ୟଟନ ଦୃଷ୍ଟିରୁ ଅଯୋଧ୍ୟାର ରାମ ମନ୍ଦିର ଏକ ବଡ଼ କେନ୍ଦ୍ର ପାଲଟିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠାରୁ ରାମ ମନ୍ଦିର ବହୁ ସଂଖ୍ୟାରେ ଭକ୍ତଙ୍କୁ ଆକର୍ଷିତ କରୁଛି । ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ପ୍ରଭୁ ରାମଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି । ବର୍ତ୍ତମାନ ମନ୍ଦିରର ଗଠନ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଦାବି କରିଛନ୍ତି ।
ବୈଜ୍ଞାନିକଙ୍କ କହିବା ଅନୁସାରେ ଆସନ୍ତା ୨୫୦୦ ବର୍ଷ ଯାଏ ବଡ଼ରୁ ବଡ଼ ଭୂମିକମ୍ପ ବି ରାମ ମନ୍ଦିରକୁ କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ । ରୁରୁକୀ ସ୍ଥିତ ସିଏସଆଇଆର ସିବିଆଆରଆଇର ବୈଜ୍ଞାନିକମାନେ ରାମ ମନ୍ଦିରର ଅଧ୍ୟୟନ କରିବା ପରେ କହିଛନ୍ତି ଯେ ଏହି ମନ୍ଦିର ୨୫୦୦ ବର୍ଷ ଯାଏ ଭୂମିକମ୍ପକୁ ସହିପାରିବ । ବିଜନେସ୍ ଟୁଡେର ରିପୋର୍ଟ ଅନୁସାରେ ବୈଜ୍ଞାନିକମାନେ ମନ୍ଦିରର ଜିଓଫିଜିକାଲ କ୍ୟାରେକ୍ଟାରାଇଜେସନ୍, ଓଲିସିସ୍, ଜିୟୋଟେକ୍ନିକାଲ ମୂଳଦୂଆର ଡିଜାଇନ୍ ଏବଂ ଆଧୁନିକ ୩ଡି ଡିଜାଇନର ଅଧୟନ କରିବା ପରେ ଏହି ଦାବି କରିଛନ୍ତି ।

ବୈଜ୍ଞାନିକଙ୍କ କହିବା ଅନୁସାରେ ବଡ଼ ବଡ଼ ଭୂମିକମ୍ପକୁ ରାମ ମନ୍ଦିର ସହିପାରିବ । ତେବେ ଏହିପରି ଭୂମିକମ୍ପ ଅଢେଇ ହଜାର ବର୍ଷରେ ଥରେ ଅଧେ ଆସିଥାଏ । ବରିଷ୍ଠ ବୈଜ୍ଞାନିକ ଦେବଦତ୍ତ ଘୋଷ କହିଛନ୍ତି ଯେ ରାମ ମନ୍ଦିର ରିକ୍ଟର ସ୍କେଲ୍ରେ ୮ ତୀବ୍ରତା ଯାଏ ମ ଭୂମିକମ୍ପକୁ ସହ୍ୟ କରିପାରିବ । ମନ୍ଦିର ନକ୍ସା ପ୍ରାୟ ୫୦ କମ୍ପ୍ୟୁଟର ମଡେଲ ସହ ତୁଳନା କରିବା ପରେ କରାଯାଇଛି । ଦେବଦତ୍ତଙ୍କ ସହ ମନୋଜିତ ସାମନ୍ଥା ମଧ୍ୟ ରାମ ମନ୍ଦିରର ଅଧ୍ୟୟନ କରିଥିଲେ । ଏହି ଦୁଇ ବୈଜ୍ଞାନିକ ସେଣ୍ଟର ଅଫ ଏହିଲେନ୍ସି ଫର୍ କଞ୍ଜରଭେସନ ଅଫ୍ ହେରିଟେଡ୍ ଷ୍ଟଚକ୍ସର୍ସର ସଂଯୋଜକ ଅଛନ୍ତି ।
ଏହି ୨ ବୈଜ୍ଞାନିକ କହିଛନ୍ତି ଯେ, ଏଥିପାଇଁ ମାଟି ଭିତର ତରଙ୍ଗର ଅଧ୍ୟୟନ କରାଯାଇଛି ଯାହାକୁ ଗଇଝଡ଼ କୁହାଯାଏ । ମାଟିରେ ତରଙ୍ଗର ଗତି, ଭୂଜଳ ସ୍ଥିତି, ମଜଭୁତି, ଭୂକମ୍ପ ସମ୍ଭାବନା ଆଦି ଉପରେ ସୂଚନା ମିଳିଥାଏ । ମନ୍ଦିରକୁ ନେଇ ପ୍ରଥମେ ଦାବି କରାଯାଇଥୁଲା ଯେ ଏହା ୧୦୦୦ରୁ ଅଧିକ ବର୍ଷ ଯାଏ ରହିବ । ମନ୍ଦିରରେ ଯେଉଁ ବଲୁଆ ପଥର ବ୍ୟବହାର କରାଯାଇଛି ତାହା ବର୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ଶୀଘ୍ର ପ୍ରଭାବିତ ହୁଏ ନାହିଁ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications