Ram Mandir Inauguration: ଆଜିଠୁ ପ୍ରାଣ ପ୍ରତିଷ୍ଠା ରୀତିନୀତି ଆରମ୍ଭ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବାଜିବ ଓଡ଼ିଶାର ମର୍ଦ୍ଦଳ
Ayodhya Ram Mandir Prana Pratishtha Details: ଭଗବାନ ରାମଙ୍କ ଆଗମନ ପାଇଁ ଅଯୋଧ୍ୟା ସହର ଚଳଚଞ୍ଚଳ । ସବୁଠି ଦେଖିବା ପାଇଁ ମିଳିଛି ଉତ୍ସାହର ମାହୋଲ । ଚାରିଆଡେ ଶୁଭୁଛି କେବଳ ରାମ ନାମ । ଆସନ୍ତା ୨୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଏହି ଭବ୍ୟ ସମାରୋହ ଅନୁଷ୍ଠିତ ହେବା ପାଇଁ ବର୍ତ୍ତମାନ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
ଆଜିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି । ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ । ସେହିପରି ଜାନୁଆରୀ ୧୮ତାରିଖ ସଂଧ୍ୟାରେ ତୂର୍ଥ ପୂଜନ, ଜଳଯାତ୍ରା, ଜଳାଧିବାସ ଏବଂ ଗନ୍ଧାଧିବାସ ରୀତିନୀତି ଅନୁଷ୍ଠିତ ହେବ ଏହା ପର ଦିନ ଅର୍ଥାତ୍ ଜାନୁଆରୀ ୧୯ ତାରିଖରେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଏବଂ ସଂଧ୍ୟାରେ ଧ୍ୟାନଧିବାସନୀତି କରାଯିବା ପାଇଁ ସୂଚନା ଜାରି କରାଯାଇଛି ।

ଜାନୁଆରୀ ୨୦ ତାରିଖରେ ଶର୍କରାଧିବାସ, ଫଳାଧିବାସ, ସଂଧ୍ୟାରେ ପୁଷ୍ପାଧିବାସ କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୨୧ ତାରିଖର ସକାଳେ ମଧ୍ୟାଧିବାସ ଓ ସଂଧ୍ୟାରେ ଶଯ୍ୟାଧିବାସ କାର୍ଯ୍ୟକ୍ରମ ରହିଛି । ୧୮ତାରିଖରେ ଦେଢଶହରୁ ୨ ଶହ କିରୋଗ୍ରାମ ଓଜନର ରାମଲଲାଙ୍କ ବିଗ୍ରହକୁ ଗର୍ଭଗୃଗରେ ସ୍ଥାପନ କରାଯିବ ।
ପ୍ରାଣ ପ୍ରତିଷ୍ଠା ସମାହୋରରେ ୧୨୧ ଜଣ ଆଚାର୍ଯ୍ୟ ରହିବେ ଯିଏ ସମାରୋହର ରୀତିନୀତିର ସମସ୍ତ ପ୍ରକ୍ରିୟାକୁ ସମନ୍ୱୟ, ସମର୍ଥନ ଏବଂ ମାର୍ଗଦର୍ଶନ କରିବେ । ଶ୍ରୀ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ, ସଂଯୋଜନା ଏବଂ ମାର୍ଗଦର୍ଶନ କରିବେ କାଶିର ଶ୍ରୀ ଲକ୍ଷ୍ମୀକାନ୍ତ ଦୀକ୍ଷିତ ମୁଖ୍ୟ ଆଚାର୍ଯ୍ୟ ହେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହେବ ।
ସେହିପରି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବାଜିବ ଓଡ଼ିଶା ମର୍ଦ୍ଦଳା, କର୍ଣ୍ଣାଟକର ବୀଣା, ମଧ୍ୟପ୍ରଦେଶର ସନ୍ତୁର, ଆସାମର ନଗାଡାର ଧୁନ୍ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚଂପତ ରାୟଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଶ୍ରେଷ୍ଠ ବାଦକଙ୍କୁ ଚୟନ କରାଯାଇଛି ।












Click it and Unblock the Notifications