ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ଆଜି ଗର୍ଭଗୃହରେ ହେବ ଶୁଦ୍ଧିକରଣ
Ram Mandir Inauguration: ଆସୁଛନ୍ତି ପ୍ରଭୁ ଶ୍ରୀରାମ, ଚାରିଆଡେ ଉତ୍କଣ୍ଠାର ମାହୋଲ । ଆଉ ମାତ୍ର ଦିନକ ପରେ ହେବ ପ୍ରାଣ ପ୍ରତିଷ୍ଠା । ଆଜି ମଧ୍ୟ ଅଯୋଧ୍ୟାରେ ଚାଲିଛି ହୋମଯଜ୍ଞ । ଆଜି ସରଜୁ ନଦୀ ଜଳରେ ଗର୍ଭଗୃହକୁ ଧୁଆଯାଇ ବାସ୍ତୁ ପୂଜା କରାଯିବ ଏବେ ମଧ୍ୟ ହୋମଯଜ୍ଞ ଏବଂ ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରି । ଆସନ୍ତାକାଲି ୧୨୫ କଳସରେ ରାମ ଲାଲାଙ୍କ ପ୍ରତିମୂର୍ତ୍ତିକୁ ସ୍ନାନ କରାଯିବ ।

୨୨ ତାରିଖ ଅପରାହ୍ଣ ୧୨ଟା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ଶେଷ ହେବା ନେଇ ସୂଚନା ରହିଛି ।












Click it and Unblock the Notifications