Get Updates
Get notified of breaking news, exclusive insights, and must-see stories!

ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନ ଲାଇଭ୍ ଅପଡେଟ୍: ଅପେକ୍ଷାର ଅନ୍ତ ହେଲା, ବିରାଜିଲେ ରାମଲାଲା

Ram Mandir

Ayodhya Ram Mandir Inauguration Live: ଅନ୍ତ ହେଲା 500 ବର୍ଷର ଅପେକ୍ଷା, ବିରାଜିଲେ ରାମଲାଲା । ଅଭିଜିତ୍ ମୁହୂର୍ତ୍ତରେ ସମ୍ପନ୍ନ ହୋଇଛି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଯଜମାନୀ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହି ସମୟରେ ଅଯୋଧ୍ୟା ରାମ ମନ୍ଦିର ଉପରେ ଆକାଶ ମାର୍ଗରୁ ହେଲିକପ୍ଟରରେ ପୁଷ୍ପ ବର୍ଷା କରାଯାଇଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଥିଲା ।

ଏହି ପୃଷ୍ଠାରେ ଆପଣ ଅଯୋଧ୍ୟା ସହିତ ଜଡିତ ପ୍ରତ୍ୟେକ ଛୋଟ ଏବଂ ବଡ ସୂଚନା ପାଇବେ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଟିକିନିଖି ଖବର ପାଇଁ ୱାନ୍ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ ।

Jan 22, 2024, 10:20 pm IST

ପ୍ରାଣ ପ୍ରତିଷ୍ଠା ସମାରୋରେ ପ୍ରାୟ ୭ହଜାର ୧୪୦ ଅତିଥି ହେଲେ ସାମିଲ

ବିଧିବିଧାନରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଐତିହାସିକ ମୁହୁର୍ତର ମୁଖସାକ୍ଷୀ ହୋଇଛି ପୂରା ଦେଶ । ଏହି ସମାରୋହରେ ସାମିଲ ହେଲେ ୪ ହଜାର ସାଧୁସନ୍ଥ , ୯୦୦ ଶିଳ୍ପପତି ସମେତ ପ୍ରାୟ ୭ହଜାର ୧୪୦ ଅତିଥି ଯୋଗ ଦେଇଥିଲେ ।
Jan 22, 2024, 9:22 pm IST

ଦୀପୋତ୍ସବ ପାଳନ କଲେ ଜେପି ନଡ୍ଡା

ଦୀପୋତ୍ସବ ପାଳନ କଲେ ଜେପି ନଡ୍ଡା। ନିଜ ପରିବାର ସହ ଦୀପୋତ୍ସବ ପାଳନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା।
Jan 22, 2024, 9:05 pm IST

ନାଗପୁରରେ ଆରଏସଏସ ମୁଖ୍ୟାଳୟରେ ଦୀପୋତ୍ସବ

ନାଗପୁରରେ ଆରଏସଏସ ମୁଖ୍ୟାଳୟରେ ଦୀପୋତ୍ସବ ପାଳନ କରାଯାଇଛି ।
Jan 22, 2024, 8:10 pm IST

ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଏକ ବଡ଼ ଯୋଜନା

ପ୍ରାଣ ପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ସୋଲାର ଯୋଜନା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ଘର ଛାତରେ ସୋଲାର ସିଷ୍ଟମ ରହିବା ଉଚିତ୍ । ପିଏମ ମୋଦିଙ୍କ ଘୋଷଣା ଅନୁଯାୟୀ, ଯୋଜନା ଅନ୍ତର୍ଗତ ଏକ କୋଟି ଘରର ଛାତରେ ସୋଲାର ଲଗାଯିବ ।
Jan 22, 2024, 7:57 pm IST

ଜଟାୟୁଙ୍କ ମୂର୍ତ୍ତି ଉନ୍ମୋଚନ କଲେ ମୋଦି

ରାମ ଲଲାଙ୍କ ସମାରୋହର ସମସ୍ତ ରୀତିନୀତି ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାର ରାମ ମନ୍ଦିର ପରିସରରେ ଥିବା କୁବେର ଟିଲାରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ଏଠାରେ ଥିବା ଶିବ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସହ ଜଟାୟୁଙ୍କ ମୂର୍ତ୍ତି ଉନ୍ମୋଚନ କରିିଛନ୍ତି ।
Jan 22, 2024, 7:32 pm IST

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଟା ଲାଗି ପ୍ରାଧାନମନ୍ତ୍ରୀ ଜାଳିଲେ ଦୀପ

ଅଯୋଧ୍ୟାରେ ଆଜି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ପ୍ରାଧାନମନ୍ତ୍ରୀ ଜାଳିଲେ ଦୀପ ।
Jan 22, 2024, 7:21 pm IST

ସବୁଠି ଭକ୍ତିମୟ ପରିବେଶ

ସବୁଠି ଭକ୍ତିମୟ ପରିବେଶ । ଚାଲିଛି ଆରତୀ ।
Jan 22, 2024, 6:57 pm IST

ସରଯୁ ନଦୀ କୂଳେ ସନ୍ଧ୍ୟା ଆରତୀ

ସରଯୁ ନଦୀ କୂଳେ ସନ୍ଧ୍ୟା ଆରତୀର ମନୋଭାର ଦୃଶ୍ୟ ଦେଖନ୍ତୁ ।
Jan 22, 2024, 6:16 pm IST

ବିକି କୌଶଲ କହିଲେ ଜୟ ଶ୍ରୀରାମ

ବିକି କୌଶଲ କହିଲେ ଜୟ ଶ୍ରୀରାମ । ନିଜ ଧର୍ମପତ୍ନୀ କାଟ୍ରିନାଙ୍କ ସହ ଆଜି ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ ।
Jan 22, 2024, 5:05 pm IST

ମୋତେ ଖୁବ୍ ଭଲ ଲାଗୁଛି...

ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଅଭିନେତା ଜ୍ୟାକି ଶ୍ରଫ କୁହନ୍ତି, ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋତେ ଖୁବ୍ ଭଲ ଲାଗୁଛି । ଯେତେବେଳେ ବି ସିନେମାରେ ମୋତେ ଇନ୍ସପେକ୍ଟର ଭୂମିକା ଦିଆଯାଉଥିଲା, ମୋର ନାମ 'ରାମ' ରଖାଯାଇଥିଲା ।
Jan 22, 2024, 4:48 pm IST

ଆସନ୍ତା କାଲିଠୁ ପ୍ରଭୂ ଶ୍ରୀ ରାମଙ୍କୁ ଦର୍ଶନ କରିବେ ସାଧାରଣ ଲୋକେ

ଆସନ୍ତା କାଲିଠୁ ଅର୍ଥାତ୍ ଜାନୁଆରୀ ୨୩ରୁ ରାମ ମନ୍ଦିରେ ଶ୍ରୀ ରାମଙ୍କୁ ଦର୍ଶନ କରିବେ ସାଧାରଣ ଜନତା । ଆସନ୍ତା କାଲିଠୁ ସର୍ବ ସାଧାରଣଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର । ଅଯୋଧ୍ୟା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ୨୩ ଜାନୁଆରୀରୁ ଶ୍ରୀ ରାମ ମନ୍ଦିରର ନିତୀକାନ୍ତି ଆରମ୍ଭ ହେବ । ଶ୍ରୀ ରାମୋପାସାନା ସମିତା (ସମୟ ସାରଣୀ) ପୂରା ଦିନ ପାଇଁ ପ୍ରସ୍ତୁତ ହୋଇସାରିଛି । ପ୍ରଥମେ ସକାଳେ ପୁରୋହିତମାନେ ଭଗବାନ ଶ୍ରୀ ରାମଙ୍କୁ ଶୃଙ୍ଗାର କରାଇବେ ।
Jan 22, 2024, 4:43 pm IST

ଭଗବାନ ରାମ ସମସ୍ତଙ୍କର: ଶାହନବାଜ ହୁସେନ

ବିଜେପି ନେତା ଶାହନବାଜ ହୁସେନ କହିଛନ୍ତି ଯେ ଭଗବାନ ରାମ ସମସ୍ତଙ୍କର। ସବୁ ଲୋକେ ଏକାଠି ଖୁସି ଅଛନ୍ତି ।
Jan 22, 2024, 4:26 pm IST

ରାମ ସମସ୍ତଙ୍କର: ଧିରେନ୍ଦ୍ର ଶାସ୍ତ୍ରୀ

ରାମ ବାଲ୍ମୀକିଙ୍କର ଥିଲେ । ରାମ ସମସ୍ତଙ୍କର..
Jan 22, 2024, 4:08 pm IST

ଐତିହାସିକ କ୍ଷଣ: ଆୟୁଷ୍ମାନ ଖୁରାନା

ଏହା ଐତିହାସିକ କ୍ଷଣ। ମୋତେ ଏହି ଉତ୍ସବକୁ ନିମନ୍ତ୍ରଣ କରିଥିବାରୀ ବହୁତ ଧନ୍ୟବାଦ । ସମସ୍ତେ ଏହି ପବିତ୍ର ସ୍ଥାନକୁ ଆସିବା ଉଚିତ ।
Jan 22, 2024, 3:50 pm IST

ଶ୍ରମିକଙ୍କ ଉପରେ ଫୁଲ ବର୍ଷ କଲେ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ଶ୍ରମିକଙ୍କ ଉପରେ ଫୁଲ ବର୍ଷ କରୁଥିବାର ଦେଖିବାକୁ ମିଳିଛି । ଚାରିଆଡେ ଉତ୍ସାହ ।
Jan 22, 2024, 3:16 pm IST

'ରାମ ଭାରତର ଆସ୍ଥା'

ପ୍ରଭୁ ରାମଙ୍କ ରୂପରେ ରାଷ୍ଟ୍ରୀୟ ଚେତନାର ପ୍ରତୀକ । ରାମ ଭାରତର ଚେତନା ଓ ବିଚାରର ପ୍ରତ୍ୟକ : ପ୍ରଧାନମନ୍ତ୍ରୀ
Jan 22, 2024, 3:03 pm IST

ରାମଲାଲଙ୍କ ଠାରୁ ଆଶୀର୍ବାଦ ନେଲେ ମୋଦୀ

ରାମଲାଲଙ୍କ ଠାରୁ ଆଶୀର୍ବାଦ ନେଲେ ମୋଦୀ । ପ୍ରାଣ ପ୍ରତିଷ୍ଠା ସମାରୋହରେ ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦୀ ।
Jan 22, 2024, 2:56 pm IST

ଗର୍ବର ବିଷୟ, ନୂତନ ଯୁଗର ଆରମ୍ଭ

ଗର୍ବର ବିଷୟ ଆଉ ନୂତନ ଯୁଗର ଆରମ୍ଭ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ।
Jan 22, 2024, 2:41 pm IST

ପ୍ରାଣ ପ୍ରତିଷ୍ଠା ସମାରୋହରେ ବଲିଉଡ ଅଭିନେତା ଓ ଅଭିନେତ୍ରୀ

ପ୍ରାଣ ପ୍ରତିଷ୍ଠା ସମାରୋହରେ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି ।
Jan 22, 2024, 2:32 pm IST

ପ୍ରଭୁ ରାମ ବିରାଜମନ ହୋଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ସୀୟାବର ରାମଚନ୍ଦ୍ର କି ଜୟ.. ପ୍ରଭୁ ରାମ ବିରାଜମନ ହୋଇଛନ୍ତି
Jan 22, 2024, 2:24 pm IST

ହାତଯୋଡ଼ି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଲେ ନବୀନ

ହାତଯୋଡ଼ି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଲେ ନବୀନ
ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ବିରାଜିଲେ ରାମଲାଲ । ଆଉ ଏହି ସମାରୋହର ସିଧା ପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।
Jan 22, 2024, 2:14 pm IST

ଯେଉଁଠାରେ ମନ୍ଦିର ହେବାର ସଂକଳ୍ପ ନିଆଯାଇଥିଲା ସେଠାରେ ହୋଇଛି : ଯୋଗୀ ଆଦିତ୍ୟନାଥ

ଯେଉଁଠାରେ ମନ୍ଦିର ହେବାର ସଂକଳ୍ପ ନିଆଯାଇଥିଲା ସେଠାରେ ହୋଇଛି ବୋଲି ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।
Jan 22, 2024, 2:05 pm IST

୧୧ ଦିନ ଉପବାସ ଭାଙ୍ଗିଲେ ମୋଦୀ

୧୧ ଦିନର ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରାଣ ପ୍ରତିଷ୍ଠା ସମାରୋହରେ ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦୀ ।
Jan 22, 2024, 1:48 pm IST

ତୁ ହିଁ ଆରମ୍ଭ ତୁ ହିଁ ଶେଷ

ତୁ ହିଁ ଆରମ୍ଭ ତୁ ହିଁ  ଶେଷ
ପ୍ରଭୁ ରାମଙ୍କୁ ଦଣ୍ଡବତ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
Jan 22, 2024, 1:33 pm IST

'ଢୋଲ' ବଜାଇଲେ ଏକନାଥ ସିନ୍ଦେ

ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ପ୍ରାଣ ପ୍ରତିଷ୍ଠା ସମାରୋହ ସମାପ୍ତ ହେବା ପରେ ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେ ଥାନାର କୋପିନେଶ୍ୱର ମନ୍ଦିରରେ 'ଢୋଲ' ବଜାଉ ଥିବାର ଦେଖିବାକୁ ମିଳିଛି ।
Jan 22, 2024, 1:16 pm IST

ରାମମୟ ଆମେରିକା

ରାମମୟ ହୋଇଛି ଆମେରିକାର ଟାଇମ୍ସ ସ୍କୋୟାର । ଏହା ସହ ଆମେରିକାର ଅନେକ ସହରରେ ଏହି ସମାରୋହର ଲାଇଭ୍ ଟେଲିକାଷ୍ଟ ହେଉଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଟାଇମ୍ସ ସ୍କୋୟାରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ହାତରେ ଥିଲା ରାମନାମର ବାନା । ନାମ ସଂକୀର୍ତ୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
Jan 22, 2024, 1:09 pm IST

ସରିଛି ପ୍ରାଣ ପ୍ରତିଷ୍ଠା ସମାରୋହ । ଗର୍ଭଗୃହରୁ ଦର୍ଶ ଦେଉଛନ୍ତି ରଘୁପତି ।
Jan 22, 2024, 12:59 pm IST

ରାମ ଲାଲାଙ୍କ ଆଳତି କଲେ ପ୍ରଧାନମନ୍ତ୍ରୀ

ବିରାଜିଲେ ରାମଲାଲା । ଅଭିଜିତ୍ ମୁହୂର୍ତ୍ତରେ ସମ୍ପନ୍ନ ହୋଇଛି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଯଜମାନୀ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବର୍ତ୍ତମାନ ରାମ ଲାଲାଙ୍କ ଆଳତି କରୁଛନ୍ତି ପ୍ରଧାନମନ୍ତ୍ରୀ
Jan 22, 2024, 12:48 pm IST

ଅନ୍ତ ହେଲା 500 ବର୍ଷର ଅପେକ୍ଷା, ବିରାଜିଲେ ପ୍ରଭୁ ଶ୍ରୀରାମ

ଅନ୍ତ ହେଲା 500 ବର୍ଷର ଅପେକ୍ଷା, ବିରାଜିଲେ ରାମଲାଲା । ଅଭିଜିତ୍ ମୁହୂର୍ତ୍ତରେ ସମ୍ପନ୍ନ ହୋଇଛି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଯଜମାନୀ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଅଯୋଧ୍ୟା ରାମ ମନ୍ଦିର ଉପରେ ଆକାଶ ମାର୍ଗରୁ ହେଲିକପ୍ଟରରେ ପୁଷ୍ପ ବର୍ଷା କରାଯାଇଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଥିଲା । ଦ୍ୱିପହର ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ଥିଲା ଅଭିଜିତ୍ ମୁହୂର୍ତ୍ତ । ମୋଦୀ ଅଯୋଧ୍ୟାରେ ୪ ଘଣ୍ଟା ରହି ସମସ୍ତ ରୀତି ସମ୍ପନ୍ନ କରିବା ନେଇ ସୂଚନା ରହିଛି ।
Jan 22, 2024, 12:38 pm IST

ସରିଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ

ସରିଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଦର୍ଶନ ଦେଲେ ରାମ ଲାଲା । ପ୍ରାଣ ପ୍ରତିଷ୍ଠା ବେଳେ ହେଲିକପ୍ଟରରୁ ହେଲା ପୁଳର ବର୍ଷା ।
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+