ଅଯୋଧ୍ୟା ରାମ ମନ୍ଦିର ପରିସରରେ ଫୁଟିଲା ଗୁଳି , ପୋଲିସ କର୍ମଚାରୀ ମୃତ
Ayodhya Ram Mandir Fire: ଉତ୍ତରପ୍ରଦେଶର ଅଯୋଧ୍ୟା ଅନ୍ତର୍ଗତ ରାମ ଜନ୍ମଭୂମି ସ୍ଥିତ ରାମ ମନ୍ଦିରରେ ସନ୍ଦେହଜନକ ପରିସ୍ଥିତିରେ ଗୁଳି ମାଡ଼ରେ ଜଣେ ଏସଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏହି ଘଟଣା ସକାଳ 5.25 ରେ ଘଟିଛି । ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ରାମ ମନ୍ଦିର କମ୍ପ୍ଲେକ୍ସରେ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା।

ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ପୋଲିସ ଅଧିକାରୀ ଗୁରୁତର ଆହତ ହୋଇଥିବା ଦେଖିବା ପାଇଁ ମିଳିଥିଲା ଯାହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଯବାନ ଜଣକ ହଲେ ୨୫ ବର୍ଷିୟ ବିଶ୍ୱକର୍ମା । ତେବେ ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଚ ହୋଇ ନାହିଁ । ଅନ୍ୟପଟେ ଗୁଳିକାଣ୍ତ ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି ।












Click it and Unblock the Notifications