ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା: ଜଳିବ ୩୦୦ ଫୁଟର ମାଟି ଦୀପ
Ayodhya Ram Mandir: ବର୍ଷ ବର୍ଷର ଅପେକ୍ଷାର ଅନ୍ତ ହେବା ପାଇଁ ଯାଉଛି । ଆଉ କିଛି ଦିନ ଭିତରେ, ସେହି ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି, ଯେଉଁଥିପାଇଁ ଭାରତର ପ୍ରତ୍ୟେକ ନାଗରିକ ଅପେକ୍ଷା କରିଛନ୍ତି । 22 ଜାନୁଆରୀରେ ରାମ ମନ୍ଦିରରେ ଶ୍ରୀ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ମହାନ୍ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସବୁଠି ଉତ୍ସାହର ମାହୋଲ ।
ଏହି ଭବ୍ୟ ସମାରୋହ ପାଇଁ ସରଜୁ ନଦୀର ରାମଘାଟରେ 3000ଫୁଟର ମାଟି ଦୀପ ଜଳିବ । ପ୍ରତିଷ୍ଠା ଦିନ ଅର୍ଥାତ୍ ଜାନୁଆରୀ 22ରେ ଏହି ମାଟିଦୀପର ପ୍ରଜଳ୍ୱନ କରାଯିବ । ଏହି ଦୀପ ପ୍ରଜଳ୍ୱନ କରିବେ ନେପାଳରୁ ଆସିଥିବା ସାଧୁସନ୍ଥ ଯେଉଁମାନ ସେଠାରୁ ହିଁ ତେଲ ସାଥିରେ ନେଇ ଆସିଛନ୍ତି ।

ତେବେ ରାମ ମନ୍ଦିର ପାଇଁ ଅଯୋଧ୍ୟା ଆସିଥିବା ସମସ୍ତ ସାଧୁ ସନ୍ଥଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପଞ୍ଚବଟୀ, କିସ୍କିନ୍ଧ୍ୟା ଓ ଚିତ୍ରକୁଟ ନାଁରେ 3ଟି ଆଶ୍ରସ୍ଥଳୀ ନିର୍ମାଣ କରାଯାଇଛି, ଯେଉଁଥିରେ ୫ ହଜାର ଲୋକ ଏକ ସମୟରେ ରହିବାର ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications