ଆଜି ରାମା ଲାଲାଙ୍କ ଦର୍ଶନ କଲେ ହନୁମାନ!
Ayodhya Ram mandir Viral Video: 22 ଜାନୁଆରୀ ଇତିହାସର ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯାଇଛି । ଏହି ଦିନ ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି, ଯାହା ସାକ୍ଷୀ ପୁରା ବିଶ୍ୱ । ଦେଶବାସୀଙ୍କ ପାଇଁ ଏହି ମୁହୂର୍ତ୍ତ ଅତ୍ୟନ୍ତ ଐତିହାସିକ ଥିଲା, ଯାହା ବର୍ଷ ବର୍ଷ ଧରି ନିଶ୍ଚୟ ସ୍ମରଣୀୟ ହୋଇ ରହିବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ୨ ଦିନ ହେଲାଣି ହେଲେ ଆଜି ପର୍ଯ୍ୟନ୍ତ ଅଯୋଧ୍ୟାରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ଦେଖିବା ପାଇଁ ମିଳୁଛି ।
ପ୍ରାଣ ପ୍ରତିଷ୍ଠା ସରିବା ପରେ ଆଜି ଏପରି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ ଆଜି ଏକ ଖବରକୁ ନେଇ ଚର୍ଚ୍ଚା । କୁହାଯାଉଛି ରାମ ଲାଲାଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟା ରାମ ମନ୍ଦିରରେ ଆଜି ସକାଳୁ ସକାଳୁ ହନୁମାନ ଆସିଥିଲେ । ଆଜି ଭୋର୍ ୫ଟା ୫୦ ସମୟରେ ଏହି ଘଟଣା । ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଏକ ମାଙ୍କଡ଼ ମନ୍ଦିର ଗର୍ଭଗୃହରେ ପ୍ରବେଶ କରିଥିଲା ।
आज श्री रामजन्मभूमि मंदिर में हुई एक सुंदर घटना का वर्णन:
आज सायंकाल लगभग 5:50 बजे एक बंदर दक्षिणी द्वार से गूढ़ मंडप से होते हुए गर्भगृह में प्रवेश करके उत्सव मूर्ति के
— Shri Ram Janmbhoomi Teerth Kshetra (@ShriRamTeerth) January 23, 2024
पास तक पहुंचा। बाहर तैनात सुरक्षाकर्मियों ने देखा, वे बन्दर की ओर यह सोच कर भागे कि कहीं यह बन्दर उत्सव…
ବାସ୍ତବରେ, ରାମ ମନ୍ଦିରର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସୁରକ୍ଷା କର୍ମୀମାନଙ୍କ ସୂଚନା ଅନୁସାରେ, ଏକ ମାଙ୍କଡ଼ ବାହାରୁ ଆସି ସିଧା ଗର୍ଭଗୃହ ଭିତରକୁ ପ୍ରବେଶ କରିଥିଲା । ବୟ ଥିଲା ଯେ, ମାଙ୍କଡ଼ଟି କାଳା ଶ୍ରୀବିଗହକୁ ତଳେ ନ ପକାଦେଉ । ମାଙ୍କଡ଼କୁ ଘଉଡ଼ାଇବାକୁ ଗଲା ବେଳେ ସେ ସେଠାରୁ ଦୌଡ଼ି ଉତ୍ତରକ ଦ୍ୱାର ପଟରୁ ଚାଲିଯାଇଥିଲା । ଶହ ଶହ ଭକ୍ତ ଧାଡ଼ିରେ ଛିଡ଼ା ହୋଇଥିଲେ ହେଲେ ମାଙ୍କଡ଼ଟି କାହାରି କିଛି କ୍ଷୟତି କରି ନଥିଲା ।

ରାମ ମନ୍ଦିର ଟ୍ରଷ୍ଟ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି ଯେ, ଆଜି ସକାଳ ୫.୫୦ ମିନିଟରେ ଏକ ମାଙ୍କଡ଼ ରାମ ମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଗର୍ଭଗୃହର ପ୍ରବେଶ କରିଥିଲା ଏବଂ ସେଠାରୁ ଫେରି ଆସିଥିଲା । ସୁରକ୍ଷାକର୍ମୀଙ୍କ ସୂଚନା ଅନୁସାରେ, ଏପରି ଘଟଣା ବାରମ୍ବାର ଘଟିଥାଏ ହେଲେ ଆଜିର ଘଟଣା ଟିକେ ଭିନ୍ନ । କୁହାଯାଉଛି ଯେ, ସ୍ୱଂୟ ହନୁମାନ ଆସି ଶ୍ରୀରାମଙ୍କ ଦର୍ଶନ କରିଛନ୍ତି । ଏହି ଘଟଣାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।












Click it and Unblock the Notifications