ରମ ନବମୀ ପାଇଁ ଉତ୍ସବ ମୁଖର ଅଯୋଧ୍ୟା; ସକାଳ ୯ଟାରେ ରାମଲଲାଙ୍କ ଅଭିଷେକ, ଦିନ ୧୨ଟାରେ ସୂର୍ଯ୍ୟ ତିଳକ
ରାମ ନବମୀ ପାଇଁ ଉତ୍ସବ ମୁଖର ଅଯୋଧ୍ୟା ନଗରୀ । ଜନ୍ମଭୂମିରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ମଧ୍ୟାହ୍ଣ ଠିକ୍ ୧୨ଟାରେ ରାମଲଲାଙ୍କ ଜନ୍ମ ହେବ । ଏହି ସମୟରେ ଚାରି ମିନିଟ୍ ଯାଏ ରାମଲଲାଙ୍କ ଲଲାଟରେ ସୂର୍ଯ୍ୟ କିରଣ ଅଭିଷେକ କରାଯିବ । ସ୍ୱତନ୍ତ୍ର ପ୍ରସାଦ ଭକ୍ତଙ୍କୁ ବିତରଣ କରାଯିବ । ବିଳମ୍ୱିତ ରାତି ଯାଏ ଭକ୍ତମାନେ ରାମଲଲାଙ୍କ ଦର୍ଶନ ପାଇପାରିବେ ।
ରାମ ନବମୀ ଉପଲକ୍ଷେ ସକାଳ ସାଢେ ଚାରିଟାରେ ମଙ୍ଗଳ ଆଳତି ହେବ । ସକାଳେ ସାଢେ ୬ଟାରୁ ଦର୍ଶନ ଆରମ୍ଭ ହେବ । ରାମ ନବମୀ ପାଇଁ ଭିଆଇପି ପାସ୍ ବନ୍ଦ କରାଯାଇଛି । ସାଢେ ୯ଟାରେ ରାମଲଲାଙ୍କ ପ୍ରଥମ ଅଭିଷେକ କରାଯିବ ।
ମହୁ, କ୍ଷୀର, ଘିଅ, ସରଯୂର ଜଳରେ ପ୍ରଭୂ ରାମଲଲାଙ୍କ ଅଭିଷେକ ହେବ । ଏହି ସମୟରେ ବି ଦର୍ଶନ ପୂଜନ ଜାରି ରହିବ । ଏକ ଘଣ୍ଟାର ସ୍ୱତନ୍ତ୍ର ଅଭିଷେକ ପରେ ପାଞ୍ଚ ମିନିଟ୍ ଯାଏ ପରଦା ପକାଯିବ । ଏହାପରେ ପ୍ରଭୂଙ୍କ ସ୍ୱତନ୍ତ୍ର ଶୃଙ୍ଗାର କରାଯିବ । ଏକ ଘଣ୍ଟା ଯାଏ ରାମଲଲାଙ୍କ ଶୃଙ୍ଗାର କରାଯିବ । ଦିନ ୧୧.୪୫ ମିନିଟରେ ମନ୍ଦିରର ଦ୍ୱାର ବନ୍ଦ କରାଯିବ । ରାମଲଲାଙ୍କ ନିକଟରେ ୫୬ ଭୋଗ ଲଗାଯିବ ।
ମଧ୍ୟାହ୍ଣ ଠିକ୍ ୧୨ଟାରେ ରାମଲଲାଙ୍କ ଜନ୍ମ ଦେବ । ଏହାପରେ ଚାରି ମିନିଟ୍ ଯାଏ ରାମଲଲାଙ୍କ ଲଲାଟରେ ସୂର୍ଯ୍ୟ କିରଣ ଅଭିଷେକ କରାଯିବ । ସିବିଆରଆଇ ଟିମ୍ଙ୍କ ଉପସ୍ଥିତିରେ ସୂର୍ଯ୍ୟାଭିଷେକ କରାଯିବ । ମନ୍ଦିରର ତୃତୀୟ ମହଲାରେ ସ୍ଥାପିତ କରାଯାଇଥିବା ଆଫ୍ଟୋ ମେକାନିକଲ ସିଷ୍ଟମରେ ହାଇ-କ୍ୱାଲିଟି ମିରର, ଗୋଟିଏ ଲେନ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ କୋଣରେ ଲେନ୍ସ ସହ ଭର୍ଟିକଲ୍ ପାଇପିଂ ଲଗାଯାଇଛି । ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରରେ ଦୁଇଟି ମିରର ଏବଂ ଗୋଟିଏ ଲେନ୍ସ ଲଗାଯାଇଛି ।

ସୂର୍ଯ୍ୟଙ୍କ କିରଣ ତୃତୀୟ ଫ୍ଲୋରରେ ଲଗାଯାଇଥିବା ପ୍ରଥମ ଦର୍ପଣରେ ପଡ଼ିବ ଏବଂ ତିନି ଲେନ୍ସ ଏବଂ ଦୁଇ ଅନ୍ୟ ମିରର ଦେଇ ଗ୍ରାଉଣ୍ଡ ଫ୍ଲୋରରେ ଲଗାଯାଇଥିବା ଶେଷ ମିରର ଉପରେ ପଡ଼ିବ । ଏଥିରୁ ରାମଲାଲାଙ୍କ ମୂର୍ତ୍ତିର ମସ୍ତକରେ ସୂର୍ଯ୍ୟ କିରଣର ଏକ ତିଳକ ହେବ । ଏହା ଦୁଇରୁ ତିନି ମିନିଟ୍ ଯାଏ ରାମଲାଲାଙ୍କ ମସ୍ତକରେ ରହିବ । ଚାରି ମିନିଟ୍ ଯାଏ ହେବାକୁ ଥିବା ଏହି ସୂର୍ଯ୍ୟାଭିଷେକର ସିଧାପ୍ରସାରଣ ସାରା ଦୁନିଆ ଦେଖିବ ।












Click it and Unblock the Notifications