ଏଥର ୮୦ ମିନିଟରେ ପହଞ୍ଚିବେ ଅଯୋଧ୍ୟା, ଜାଣନ୍ତୁ କେବେ ଉଦଘାଟନ ହେବ 'Shri Ram Airport'

Delhi-Ayodhya Flight: ବର୍ତ୍ତମାନ ଲୋକମାନେ ଭାରତର ଯେ କୌଣସି ସ୍ଥାନରୁ ମଧ୍ୟ ଅତି କମ୍ ସମୟରେ ଏବଂ ସହଜରେ ଅଯୋଧ୍ୟାରେ ପହଞ୍ଚି ପାରିବେ । ରାମ ମନ୍ଦିରର ଉଦଘାଟନ ପୂର୍ବରୁ କେନ୍ଦ୍ର ସରକାର ପର୍ଯ୍ୟଟକମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଆଶା କରାଯାଉଛି ଯେ, ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାପରେ ଏଠାରୁ ନିୟମିତ ଏୟାର କନେକ୍ଟିଭିଟି ଜାରି ରହିବ ।

ରିପୋର୍ଟ ଅନୁସାରେ, ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ହେବା ହୋଇଛି ଏବଂ ଏହାର ଉଦଘାଟନ ତାରିଖ ମଧ୍ୟ ସ୍ଥିର କରାଯାଇ ସରିଛି । ତେବେ ଚଳିତ ମାସ ଶ୍ରୀ ରାମ ବିମାନବନ୍ଦରର ଉଦ୍‌ଘାଟନ କରାଯିବା ସହ ପ୍ରଥମ ବିମାନ ଉଡାଣ ଭରିପାରେ ।

Ayodhya

ଅଯୋଧ୍ୟାରେ ଥିବା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିଶାଳ ରନୱେ ରହିଛି । ଯେଉଁଥିରେ A-321 / B-737 ପ୍ରକାର ବିମାନ ଉଡାଣ ଭରିପାରବ । ଜାନୁଆରୀ 22 ରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବା ପୂର୍ବରୁ ଏହି ବିମାନବନ୍ଦରର ଉଦଘାଟନ କରାଯାଇ ପାରେ । ଏୟାର ଇଣ୍ଡିଆ ଏକ୍ସପ୍ରେସ କହିଛି ଯେ, ଜାନୁଆରୀ ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ଏହାର କିଛି ସପ୍ତାହ ପୂର୍ବରୁ ଡିସେମ୍ବର ୩୦ ତାରିଖରେ ଉତ୍ତରପ୍ରଦେଶର ଅଯୋଧ୍ୟାକୁ ଏହାର ପ୍ରଥମ ପ୍ଲାଇଟ୍ ଯାତ୍ରା ଆରମ୍ଭ କରିବ ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ବୁଧବାର ଦିନ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ଯେ, ଡିସେମ୍ବର 30ରେ ଉଦଘାଟିତ ବିମାନ IX 2789 ସକାଳ 11:00 ରେ ଦିଲ୍ଲୀରୁ ବାହାରି ଦିନ 12:20 ରେ ଅଯୋଧ୍ୟାରେ ଅବତରଣ କରିବ। ଯେଉଁଠାରେ ଫ୍ଲାଇଟ୍ ନମ୍ବର IX 1769 ଅଯୋଧ୍ୟାରୁ ଦିଲ୍ଲୀ ଅଭିମୁଖେ 12:50 ରେ ଛାଡି ଜାତୀୟ ରାଜଧାନୀରେ 1410 ଘଣ୍ଟାରେ ପହଞ୍ଚିବ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ରାମ ମନ୍ଦିର ପରିଦର୍ଶନ କରୁଥିବା ପର୍ଯ୍ୟଟକମାନେ ବିମାନ ପରିବହନ ସେବା ଦ୍ୱାରା ଉପକୃତ ହେବେ ବୋଲି ଆଶା କରାଯାଉଛି।

ଅଯୋଧ୍ୟାରେ ବିମାନ ସେବା ଆରମ୍ଭ ହେବାକୁ ନେଇ ବିମାନର ପରିଚାଳନା ନିର୍ଦ୍ଦେଶକ ଆଲୋକ ସିଂ କହିଛନ୍ତି, ବିମାନ ବନ୍ଦର ଖୋଲିବା ପରେ ଖୁବ ଶୀଘ୍ର ଅଯୋଧ୍ୟାରୁ ବିମାନ ଚଳଚଳ କାର୍ଯ୍ୟ ଆରମ୍ଭ କରିବାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଉତ୍ସାହିତ ଅଛି। ଏହା ପୂର୍ବରୁ ଇଣ୍ଡିଗୋ ଖୁବ ଶୀଘ୍ର ଅଯୋଧ୍ୟା ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବ। ଇଣ୍ଡିଗୋ ପକ୍ଷରୁ ଗତ ସପ୍ତାହରେ ସୂଚନା ଜାରି କରାଯାଇଥିଲା ଯେ, ଏହା ଡିସେମ୍ବର 30 ରେ ଦିଲ୍ଲୀ-ଅଯୋଧ୍ୟା ପାଇଁ ଉଦଘାଟନୀ ବିମାନ ଚଳାଚଳ କରିବ ଏବଂ ବିମାନ ସେବା ଜାନୁଆରୀ 6 ରୁ ଆରମ୍ଭ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+