ଦେଶ ସାରା ଦୀପାବଳିର ଧୁମ୍‌ , ଅଯୋଧ୍ୟା ଦୀପୋତ୍ସବରେ ଦୁଇ ଗିନିଜ୍ ରେକର୍ଡ

ଦେଶ ପାଳୁଛି ଆଲୋକର ପର୍ବ ଦୀପାବଳି । ଆଲୋକ ସହ ଆନନ୍ଦ ଓ ସୁଖ ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧାର ଉପରେ ଆଲୋକର ବିଜୟର ପ୍ରତିକ ସ୍ବରୂପ ଭାରତରେ ଏହି ପର୍ବକୁ ପାଳନ କରାଯାଇଥାଏ । ଘରେ ଘରେ ଦୀପ ଜାଳି ଏହି ପର୍ବକୁ ପାଳନ କରାଯାଉଛି ।

ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଗାଁଠୁ ସହର । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି ପର୍ବ । ଦୀପାବଳି ଅବସରରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ଗୁରୁବାର ଦୀପୋତ୍ସବ ପାଳିତ ହୋଇଛି। ଏହି ଦୀପୋତ୍ସବରେ ଦୁଇଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପିତ ହୋଇଛି। ପ୍ରଥମ ରେକର୍ଡ ହେଉଛି ଏହି ଉତ୍ସବରେ ସର୍ବାଧିକ ସଂଖ୍ୟକ ଲୋକ ଆଳତି କରିଥିଲେ।

diwali ayodha

୧,୧୨୧ ଲୋକ ଏକକାଳୀନ ଆଳତି କରିଥିଲେ। ଦ୍ବିତୀୟ ରେଡର୍କ ହେଉଛି ଏକକାଳୀନ ୨୫,୧୨,୫୮୫ଟି ଦୀପ ପ୍ରଜ୍ବଳନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଗିନିଜ୍ ୱାର୍ଲ୍ଡ ରେକର୍ଡ ପୁରସ୍କାର ଗ୍ରହଣ କରିଥିଲେ। ସରଜୁ ନଦୀ କୂଳର ୫୫ଟି ଘାଟରେ ଏହିସବୁ ଦୀପ ପ୍ରଜ୍ବଳନ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+