ନିର୍ଦ୍ଧାରିତ ସମୟ ଲଞ୍ଚ୍ ହେଲା ଆକ୍ସିଅମ୍-୪ ମିଶନ୍

ଶେଷରେ ଦୀର୍ଘ ପ୍ରତୀକ୍ଷା ପରେ Axiom-4 ମିଶନ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) କୁ ଉଡ଼ାଣ କରିଛନ୍ତି। ଏହି ମିଶନ ୧୨:୦୧ ରେ ଉଡ଼ାଣ ହୋଇଥିଲା।

Axiom-4

ସ୍ପେସଏକ୍ସର କ୍ରୁ ଡ୍ରାଗନ ମହାକାଶଯାନ ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ 39A ରୁ ଫାଲକନ-୯ ରକେଟ ମାଧ୍ୟମରେ ଉଡ଼ାଣ କରିଛି। ଏହା ସେହି ଐତିହାସିକ ସ୍ଥାନ ଯେଉଁଠାରୁ ୧୯୬୯ ମସିହାରେ ଆପୋଲୋ-୧୧ ମିଶନ ଅନ୍ତର୍ଗତ ନୀଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରକୁ ଉଡ଼ିଥିଲେ। ଭାରତର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ସହିତ ପୋଲାଣ୍ଡର ସ୍ଲାଭୋସ ଉଜ୍ଞାନସ୍କି-ୱିସନିୱସ୍କି, ହଙ୍ଗେରୀର ଟିବୋର୍‌ କାପୁ ଏବଂ ଆମେରିକାର ଅଭିଜ୍ଞ କମାଣ୍ଡର ପେଗି ହ୍ବିଟସନ ଏହି ମିଶନରେ ଅଛନ୍ତି।

ଏବେ ସମସ୍ତଙ୍କ ନଜର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ଉପରେ ରହିଛି, ଯିଏ ଚାରି ଦଶନ୍ଧି ପରେ ଭାରତର ଦ୍ୱିତୀୟ ମହାକାଶଚାରୀ ହୋଇଛନ୍ତି। ଏହି ଐତିହାସିକ ଉଡ଼ାଣ ଭାରତର ବୈଜ୍ଞାନିକ କ୍ଷମତାର ପ୍ରତୀକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+