Get Updates
Get notified of breaking news, exclusive insights, and must-see stories!

ଭିନେଶଙ୍କୁ ଭାରତ ରତ୍ନ ଦେବା ଲାଗି ଦାବି କଲେ ଟିଏସି ସାଂସଦ,

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ଅତି ନିକଟରେ ପହଞ୍ଚିଥିବା ଭିନେଶ ଫୋଗାଟଙ୍କୁ ଆଜି ଏକ ଅପ୍ରାତ୍ୟାଶିତ ଘଟଣାକ୍ରମରେ ଡିସକ୍ୱାଲିଫାଏଡ କରି ଦିଆଯାଇଛି। ଫାଇନାଲ ମ୍ୟାଚ୍ ଆରମ୍ଭର କେଇ ଘଣ୍ଟା ପୂର୍ବରୁ ଭିନେଶ ଅଯୋଗ୍ୟ ବିବେଚିତ ହୋଇଥିଲେ। ୫୦ କେଜି ବର୍ଗରେ ଲଢ଼େଇ କରୁଥିବା ଭିନେଶଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଏହି ଖବର କୋଟି କୋଟି ଭାରତୀୟଙ୍କ ହୃଦୟକୁ ଭାଙ୍ଗି ଦେଇଛି। ତାଙ୍କୁ ଅଯୋଗ୍ୟ ଘୋଷଣା ହେବା ପରେ ଦେଶରେ ବୟାନ ବାଜି ଜୋର ଧରିଛି । ଆଉ ଏହା ଭିତରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଭିନେଶଙ୍କୁ ଭରତ ରତ୍ନ ଦେବାକୁ ଦାବି କରିଛନ୍ତି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଭିନେଶ ଫୋଗାଟଙ୍କୁ ଭାରତ ରତ୍ନ କିମ୍ବା ରାଜ୍ୟସଭା ଆସନ ମିଳିବା ଉଚିତ୍‌।

Vinesh Phogat

ଅଲିମ୍ପିକ୍ସରୁ ଓହରିଯିବା ପରେ ଭିନେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ସଭାପତି ପି.ଟି ଉଷା ତାଙ୍କୁ ଭେଟିବାକୁ ଯାଇଥିଲେ। ଆଇଓଏ ସଭାପତି ପି.ଟି ଉଷା କହିଛନ୍ତି ଭାରତ ରେସଲିଂ ଫେଡେରେସନ୍ (ଆଇଡବ୍ଲ୍ୟୁଏଫ୍‌) ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ରେ ଅଧିକ ଓଜନ ଯୋଗୁ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରିବାର ପୁନର୍ବିଚାର କରିବାକୁ ଆବେଦନ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+