ବେଗୁସରାଏରୁ କହ୍ନେୟାଙ୍କୁ ମିଳିଲାନି ଟିକେଟ !

ପାଟନା: ମହାମେଣ୍ଟ ଇଣ୍ଡିଆର ସିଟ୍ ବୁଝାମଣାର ଘୋଷଣା ହୋଇନାହିଁ । କିନ୍ତୁ ନିଜ ପକ୍ଷରୁ ସବୁ ଦଳ ପ୍ରାର୍ଥୀ ଘୋଷଣା ଆରମ୍ଭ କରି ଦେଇଛନ୍ତି । ବିହାରରେ ଆରଜେଡି ତା'ର ଚାରି ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି । ଏବେ ବାମ ଦଳ ସିପିଆଇ ମଧ୍ୟ ବିହାରରେ ନିଜ ପ୍ରାର୍ଥୀ ଘୋଣା କରିଛି । ସିପିଆଇ ବିହାରର ଏକ ଆସନରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହା ସହ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ଠାରୁ ଏହି ଆସନ ଛଡାଇ ନେଇଛି । ସିପିଆଇ ଏହି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

kanhaiya kumar

ସିପିଆଇ ତରଫରୁ ବେଗୁସରାଏ ଆସନ ପାଇଁ ଦଳର ପୂର୍ବତନ ବିଧାୟକ ଅବଧେଶ କୁମାର ରାୟଙ୍କ ନାମ ଘୋଷଣା କରିଛି । ସିପିଆଇର ରାଷ୍ଟ୍ରୀୟ ମହାସଚିବ ଡି.ରାଜା ଏହି ଘୋଷଣା କରିଛନ୍ତି । ଶୁକ୍ରବାର ଦିନ ପାଟନା ଠାରେ ସାମ୍ବାଦିକ ସମ୍ମିଳନୀ କରି ଦଳ ଏହି ସୂଚନା ଦେଇଛି । ଗତ୨୦୧୯ ନିର୍ବାଚନରେ କହ୍ନେୟା କୁମାର ସିପିଆଇରୁ ବେଗୁସରାଇ ଆସନରୁ ଲଢିଥିଲେ । ବର୍ତ୍ତମାନ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥର ତାଙ୍କୁ ବେଗୁସରାଇରୁ କଂଗ୍ରେସ ଟିକେଟ ଦେବାର ସମ୍ଭାବନା ଥିଲା, କିନ୍ତୁ ସିପିଆଇ ଘୋଷଣା କରିବା ପରେ ଏହି ଆଶା କ୍ଷୀଣ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+