କେଦାରନାଥରେ ପୁଣି ଏକ ଭୟଙ୍କର ହିମସ୍ଖଳନ
କେଦାରନାଥରେ ପୁଣି ଏକ ଭୟଙ୍କର ହିମସ୍ଖଳନ । କେଦାରନାଥ ଧାମରେ ପୁଣିଥରେ ଥମିଲା ଲୋକଙ୍କ ନିଃଶ୍ୱାସ । ଭୟରେ ଥରିବାକୁ ଲାଗିଲେ ଏଠାକୁ ତୀର୍ଥ ଭ୍ରମଣ କରିବାକୁ ଆସିଥିବା ଯାତ୍ରୀ । ରବିବାର ସକାଳେ ମନ୍ଦିର ନିକଟରେ ଭୟଙ୍କର ହିମସ୍ଖଳନ ଦେଖିବାକୁ ମିଳିଥିଲା । ମନ୍ଦିର ପଛପାର୍ଶ୍ୱ ପାହାଡ଼ରେ ହିମସ୍ଖଳନ ହୋଇଥିଲା ।
ଗାନ୍ଧୀ ସରୋବର ପର୍ବତରୁ ପ୍ଲାସିୟର ଭାଙ୍ଗି ପଡ଼ିଥିଲା । ପାହାଡ଼ ଉପରୁ ଛୋଟବଡ଼ ବରଫ ଖଣ୍ଡ ତଳକୁ ଖସିବାକୁ ଲାଗିଥିଲା । ଏହି ଭୟଙ୍କର ଦୃଶ୍ୟ ଦେଖ୍ କେଦାରନାଥ ଯାତ୍ରୀ ଭୟରେ ଥରିବାକୁ ଲାଗିଥିଲେ । କେଦାରନାଥଠାରୁ ୪ କିଲୋମିଟର ଉପରେ ଥିବା ବରଫଅଞ୍ଚଳରେ ରବିବାର ଭୋର ସମୟରେ ପ୍ରବଳ ଶବ୍ଦ ସହ ହିମସ୍ଖଳନ ଘଟିଛି ।

ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ କେଦାରନାଥ ଉପତ୍ୟକାର ଉପର ମୁଣ୍ଡରେ ଥିବା ବରଫ ଘେରା ମେରୁ-ସୁମେରୁ ପର୍ବତମାଳା ତଳେ ଚୌରାବାରୀ ଗ୍ଲେସିୟରର ଗାନ୍ଧୀ ସରୋବର ଉପର ମୁଣ୍ଡରେ ସକାଳ ୫ଟା ୬ ମିନିଟ୍ ରେ ହିମସ୍ଖଳନ ଘଟିଥିଲା । ଏହା ଦେଖିଲ ସେଠାରେ ଉପସ୍ଥିତ ଥିବା ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ସୌଭାଗ୍ୟବଶତ ତଳେ ସରୋବର ଥିବାରୁ ଧସିଥିବା ବରଫର ଅଂଶ ସେଠାରେ ହିଁ ଅଟକି ଯାଇଥିଲା ।
ଫଳରେ ଅପର ପାର୍ଶ୍ୱରେ ଥିବା ମନ୍ଦିର ନିକଟକୁ ଧସି ଯାଇଥିବା ବରଫ ଅତଡ଼ା ମାଡ଼ି ଆସିପାରିନଥିଲା । ଏହି ଦୃଶ୍ୟ ଦେଖିଲେ ୨୦୧୩ର ମହାପ୍ରଳୟର ଭ୍ରମ ସୃଷ୍ଟି କରିଛି । ତେବେ ଆଜିର ଏହି ଘଟଣାରେ କିଛି କ୍ଷୟକ୍ଷତି ଘଟିଥିବାର ସୂଚନା ମିଳିନାହିଁ । ତେବେ ମନ୍ଦିରବି ସୁରକ୍ଷିତ ରହିଛି ।












Click it and Unblock the Notifications