Get Updates
Get notified of breaking news, exclusive insights, and must-see stories!

ଆରଏସଏସ ଉପରେ ବଡ଼ ବୟାନ ଦେଲେ ଅବଧ ଓଝା , କହିଲେ ସଂଘର ବିଦ୍ୱାନ କୌଣସି ନେତାଙ୍କ ଜୀ ହୁଜୁରି କରନ୍ତି ନାହିଁ

ଆମ୍ ଆଦମୀ ପାର୍ଟି ଛାଡିବା ସହ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ପ୍ରସିଦ୍ଧ କୋଚିଂ ଗୁରୁ ଅବଧ ଓଝା ଏବେ ଆରଏସଏସର ପ୍ରଶଂସକ ହୋଇଛନ୍ତି । ସେ ବିଜେପି ଓ ଅନ୍ୟ ଦଳ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ କହିଛନ୍ତି, ଯେ ପର୍ଯ୍ୟନ୍ତ ଏମିତି ଚାଲିବ ବିଜେପିକୁ କେହି ହରାଇ ପାରିବେ ନାହିଁ । ସେ ଆରଏସଏସର ପ୍ରଶଂସା କରି କହିଛନ୍ତି, ସଂଘର ବିଦ୍ୱାନ କୌଣସି ନେତାଙ୍କ ଜୀ ହୁଜୁରି କରନ୍ତି ନାହିଁ । ସେ କାହାରି ନାଁ ନ ନେଇ ଅନ୍ୟ ପାର୍ଟିରେ ଚିନ୍ତକ ହିଁ ଚାଟୁକାର ବୋଲି କହିଛନ୍ତି ।

ଗତ ବର୍ଷ ଡିସେମ୍ବରରେ ଆମ୍ ଆଦମୀ ପାର୍ଟିରେ ସାମିଲ୍ ହୋଇଥିବା ଅବଧ ଓଝା ଠିକ୍ ଗୋଟିଏ ବର୍ଷ ପରେ ମଙ୍ଗଳବାର ଆପ୍ ସହିତ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସେ ଅରବିନ୍ଦ କେଜରିୱାଲଙ୍କୁ ମହାନ ନେତା ଦର୍ଶାଇ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ରାଜନୀତି ଛାଡିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ ଆପର କିଛି ନେତା ଓ କାର୍ଯ୍ୟକର୍ତ୍ତା ଅବଧ ଓଝାଙ୍କ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ojha

ଏହା ମଧ୍ୟରେ ଅବଧ ଓଝା ଆରଏସଏସକୁ ବିଜେପିର ପରାମର୍ଶଦାତା ପରିବାର ଦର୍ଶାଇ କହିଛନ୍ତି, ତାଙ୍କର ବିଦ୍ୱାନଙ୍କୁ ପଦ ଏବଂ ଅର୍ଥର କୌଣସି ଲାଳସା ନାହିଁ । ଅନ୍ୟ ଦଳରେ ଚିନ୍ତକମାନେ ଚାଟୁକାର ଏବଂ ବୋସକୁ ମଧ୍ୟ ଏହା ପସନ୍ଦ ଆସିଥାଏ । ଯେ ପର୍ଯ୍ୟନ୍ତ ଏମିତି ଚାଲିଥିବ ବିଜେପିକୁ କେହି ହରାଇ ପାରିବେ ନାହିଁ ।

କିଛି ଦିନ ପୂର୍ବେ ମଧ୍ୟ ଅବଧ ଓଝା ବିଜେପିର ସଫଳତା ପଛରେ ଆରଏସଏସକୁ ପ୍ରକୃତ କାରଣ ଦର୍ଶାଇଥିଲେ । ସେ କହିଥିଲେ ରାଜନୈତିକ ଦଳଗୁଡିକୁ ଦୁଇଟି ସଂଗଠନ ରହିବା ଉଚିତ୍ । ଗୋଟିଏ ରାଜନୈତିକ ଏବଂ ଅନ୍ୟଟି ସାମାଜିକ କାମ । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ବିଜେପି ଓ ଆରଏସଏସ । ଦୁହେଁ ପରସ୍ପରର କାର୍ଯ୍ୟରେ ଦଖଲ ଦିଅନ୍ତି ନାହିଁ । ବିଜେପି ପାଞ୍ଚ ବର୍ଷ ରାଜନୀତି କରିବ ଏବଂ ଆରଏସଏସ ସମାଜ ସହ ଜଡିତ ହୋଇ ରହିବ । ଏହା ହିଁ ସେମାନଙ୍କର ଶକ୍ତି । ଭାରତର ବାକି ପାର୍ଟି ଅପଙ୍ଗ ଏବଂ କେବଳ ଗୋଟିଏ ଗୋଡ ସାହାରାରେ ଛିଡା ହୋଇ ରହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+