Get Updates
Get notified of breaking news, exclusive insights, and must-see stories!

ଅଷ୍ଟ୍ରେଲିଆ ଓ ନିଉଜିଲ୍ୟାଣ୍ଡରେ ସବୁଠୁ ଅଧିକ ସଂଖ୍ୟାରେ ବ୍ରେଷ୍ଟ କ୍ୟାନ୍‍ସର ରୋଗୀ

ଅଷ୍ଟ୍ରେଲିଆ ଏବଂ ନିଉଜିଲ୍ୟାଣ୍ଡରେ ଅଧିକସଂଖ୍ୟାରେ ସ୍ତନ କର୍କଟ ରୋଗ ଦେଖାଯାଉଛି । ଅଷ୍ଟ୍ରେଲିଆ ଓ କାନାଡାର ଗବେଷକମାନଙ୍କ ଦ୍ୱାରା ୧୮୫ଟି ଦେଶରେ ସ୍ତନ କର୍କଟ ରୋଗୀଙ୍କୁ ନେଇ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି । ଅନୁଧ୍ୟାନରୁ ଜଣାପଡ଼ିଛି, ବିଶ୍ୱସ୍ତରରେ ପ୍ରତି ୨୦ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କଠାରେ ସ୍ତନକର୍କଟ ରୋଗ ଦେଖାଦେଉଛି । ସ୍ତନ କର୍କଟ ରୋଗ ହୋଇଥିବା ୭୦ ଜଣଙ୍କ ମଧ୍ୟରୁ ଜଣେ ଏହି କାରଣରୁ ମୃତ୍ୟୁବରଣ କରୁଥିବା ଅନୁଧ୍ୟାନରୁ ଜଣାପଡ଼ିଛି ।

Australia New Zealand

ତେବେ ବିଶ୍ୱର ସବୁଠାରେ ଏହା ସମାନ ଭାବରେ ଦେଖାଯାଉ ନାହିଁ । ୨୦୨୨ ମସିହାରେ ଅଷ୍ଟ୍ରେଲିଆ ଓ ନିଉଜିଲ୍ୟାଣ୍ଡରେ ପ୍ରତି ୧ଲକ୍ଷ ମହିଳାଙ୍କ ମଧ୍ୟରେ ପ୍ରାୟ ୧୦୦ଜଣଙ୍କଠାରେ ସ୍ତନ କର୍କଟ ରୋଗ ଦେଖାଦେଇଥିଲା । ନୂତନ ଗବେଷଣାରୁ ଜଣାପଡ଼ିଛି, ମାଲ୍‍ଟା, ଡେନ୍‍ମାର୍କ, ବେଲ୍‍ଜିୟମ, ସ୍ୱିଜରଲ୍ୟାଣ୍ଡ, ଲିଥୁଆନିଆ, ନେଦରଲ୍ୟାଣ୍ଡ୍‍ ଓ ସ୍ଲୋଭେନିଆରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କର୍କଟ ରୋଗକୁ ନିୟନ୍ତ୍ରଣ କରିବାକୁ ଆରମ୍ଭ କରାଯାଇଥିବା GBCI କାର୍ଯ୍ୟକ୍ରମ ଲାଗୁ କରାଯାଇଛି । ୨୦୫୦ ମସିହା ସୁଦ୍ଧା ସ୍ତନ କର୍କଟ ରୋଗ ୩୮ ପ୍ରତିଶତ ହାରରେ ବୃଦ୍ଧି ପାଇବା ସହିତ ଏହି ରୋଗରୁ ମୃତ୍ୟୁସଂଖ୍ୟା ୬୮ ପ୍ରତିଶତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ସତର୍କ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+