Get Updates
Get notified of breaking news, exclusive insights, and must-see stories!

ଔରଙ୍ଗଜେବଙ୍କ’ ଉପରେ ବଡ଼ ମନ୍ତବ୍ୟ ଦେଲେ ସଞ୍ଜୟ, କହିଦେଲେ କିଛି ଏମିତି.....

ମୋଗଲ ଶାସକ ଔରଙ୍ଗଜେବଙ୍କ କବର ମହାରାଷ୍ଟ୍ରର ସମ୍ଭାଜୀନଗରରେ ଅବସ୍ଥିତ। କେବଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନୁହେଁ, ରାଜ୍ୟର ବିଭିନ୍ନ ଦଳ, ଯେପରିକି ଶିବସେନା, ଏମ୍ଏନ୍ଏସ୍ ଏବଂ କଂଗ୍ରେସ ମଧ୍ୟ ଔରଙ୍ଗଜେବଙ୍କ ସମାଧି ହଟାଇବା ଦାବିକୁ ସମର୍ଥନ କରୁଛନ୍ତି। ଏ ସମ୍ପର୍କରେ ସମସ୍ତ ଦଳର ନେତାଙ୍କ ବୟାନ ଆସିଛି। ଔରଙ୍ଗଜେବଙ୍କ ସମାଧିକୁ ନେଇ ରାଜନୀତି ବଢିଚାଲିଛି ଏବଂ ଏହାର ଉତ୍ତାପ ସମଗ୍ର ଦେଶରେ ଅନୁଭୂତ ହେଉଛି ।

ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ଦାବି କରୁଛନ୍ତି ଏବଂ ଏଥିପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ଏଭଳି ପ୍ରସଙ୍ଗ ବୋଲି କହୁଛନ୍ତି, ଯାହା ବାତାବରଣକୁ ଖରାପ କରିପାରେ। ଅନ୍ୟପକ୍ଷରେ ସୋମବାର ଶିବସେନା ନେତା ସଞ୍ଜୟ ରାଉତ ଔରଙ୍ଗଜେବଙ୍କ ସମାଧିକୁ ବୀରତ୍ୱର ପ୍ରତୀକ ବୋଲି କହିବା ସହ ଏହାକୁ କେବେ ବି ଭାଙ୍ଗିବା ଉଚିତ ନୁହେଁ ବୋଲି କହିଛନ୍ତି। ଏହାକୁ ନେଇ ଅନ୍ୟ ନେତାମାନେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

sanjya

ସଞ୍ଜୟ ରାଉତ କହିଛନ୍ତି, ଏହା ଔରଙ୍ଗଜେବଙ୍କ ସମାଧି। ଏହା ବୀରତ୍ୱର ପ୍ରତୀକ ଅଟେ । ଏହାକୁ କେବେ ବି ଭାଙ୍ଗିବା ଉଚିତ ନୁହେଁ। ଛତ୍ରପତି ଶିବାଜୀ ମହାରାଜ ଔରଙ୍ଗଜେବଙ୍କ ବିରୁଦ୍ଧରେ ଏକ ମହାଯୁଦ୍ଧ ଲଢ଼ିଥିଲେ । ତାଙ୍କ ପରେ ମଧ୍ୟ ଔରଙ୍ଗଜେବ ୨୫ ବର୍ଷ ଧରି ଲଢ଼େଇ କରିଥିଲେ ମଧ୍ୟ ଜିତି ପାରିନଥିଲେ। ଔରଙ୍ଗଜେବଙ୍କ ସମାଧି ମହାରାଷ୍ଟ୍ରରେ ରହିଛି। ଏହା ମରାଠାମାନଙ୍କ ବୀରତ୍ୱର ପ୍ରତୀକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+