Atul Subhash suicide case: ପତ୍ନୀ ନିକିତା, ଶାଶୁ ଓ ଶାଳକଙ୍କୁ ମିଳିଲା ଜାମିନ

ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁରୁର ସିଟି ସିଭିଲ କୋର୍ଟ ଶନିବାର (ଜାନୁୟାରୀ ୪, ୨୦୨୫)ରେ ତାଙ୍କ ପତ୍ନୀ ନିକିତା ସିଙ୍ଗାଣିଆ, ତାଙ୍କ ମାତା ନିଶା ସିଙ୍ଗାଣିଆ ଏବଂ ଭାଇ ଅନୁରାଗ ସିଙ୍ଗାଣିଆଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରିଥିଲେ। ଶୁଣାଣି ସମୟରେ ନିକିତା ସିଙ୍ଗାଣିଆଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ପୋଲିସ ଦ୍ୱାରା ଉପଯୁକ୍ତ କାରଣ ନଥିବା ଦର୍ଶାଇ ତାଙ୍କ ଗିରଫ ବେଆଇନ ଥିଲା। ଏହି ଘଟଣାରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଅଧିକ ଅନୁସନ୍ଧାନ ଚାଲିଥିବା ବେଳେ କୋର୍ଟ ଜାମିନର ନିଷ୍ପତ୍ତି ନେଇଛନ୍ତି।

ଗତ ଡିସେମ୍ବର ୯ ତାରିଖରେ ଅତୁଲ ସୁଭାଷ ଆତ୍ମହତ୍ୟା କରିଥିଲେ। ପତ୍ନୀ, ଶାଶୁ ଓ ଶାଳକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ସେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ୮୧ ମିନିଟର ଏକ ଭିଡିଓ କରିଥିଲେ, ଯେଉଁଥିରେ ପତ୍ନୀ ଓ ଶାଶୁ ଘର ଲୋକେ କିପରି ତାଙ୍କୁ ନିର୍ଯାତନା ଦେଉଥିଲେ, ସେ କଥା କହିଥିଲେ।

nikita singhania

ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ତା' ସହିତ ସେ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖିଥିଲେ। ସେଥିରେ ମଧ୍ୟ ସେ ତାଙ୍କ ବିରୋଧରେ ଶାଶୁ ଘର ଲୋକେ କିପରି ମିଛ ମାମଲା କରିଥିଲେ ଓ କିପରି ନିର୍ଯାତନା ଦେଉଥିଲେ, ସେନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ନ୍ୟାୟ ବ୍ୟବସ୍ଥା ଉପରେ ବି ସେ ପ୍ରଶ୍ନ ଉଠାଇଥିଲେ।

ଡିସେମ୍ବର ୧୪ ତାରିଖରେ ଗୁରୁଗ୍ରାମରୁ ତାଙ୍କ ପତ୍ନୀ ନିକିତା ସିଂଘାନିଆଙ୍କୁ ପୁଲିସ ଗିରଫ କରିଥିଲା। ସେହିଭଳି ନିକିତାଙ୍କ ମା' ଓ ଭାଇଙ୍କୁ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଗିରଫ କରିଥିଲା ପୁଲିସ। ସେଠାରୁ ସେମାନଙ୍କୁ ବେଙ୍ଗାଲୁରୁ ନିଆଯାଇ କୋର୍ଟରେ ହାଜର କରାଯାଇଥିଲା।

କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ନିର୍ଯାତନା ଅଭିଯୋଗକୁ ନିକିତି ଖଣ୍ଡନ କରି ଆସୁଛନ୍ତି। ସେ ତିନି ବର୍ଷ ଧରି ଅତୁଲଙ୍କଠାରୁ ଅଲଗା ରହୁଥିଲେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅତୁଲ ଓ ନିକିତାଙ୍କ କୁନି ପୁଅକୁ ନିଜ ପାଖକୁ ନେବାକୁ ଦାବି ଜଣାଇଛନ୍ତି ତାଙ୍କ ଜେଜେ ବାପା ଓ ଜେଜେ ମା'।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+