ଅଳ୍ପକେ ବର୍ତ୍ତିଲେ ଆର୍ମି ଯବାନ, ଟ୍ରେନ୍କୁ ବୋମାରେ ଉଡ଼ାଇ ଦେବାକୁ ଟ୍ରାକ୍ରେ ବିଛାଇଥିଲେ ଡିଟୋନେଟର!
ବୁରହାନପୁର : ଗ୍ୟାସ ସିଲିଣ୍ଡର ପରେ ଟ୍ରାକରୁ ମିଳିଲା ଡିଟୋନେଟର। ମଧ୍ୟ ପ୍ରଦେଶର ବୁରହାନପୁର ଜିଲ୍ଲାରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି। ଏଠାରେ ସେନାର ଯବାନଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍କୁ ଉଡ଼ାଇ ଦେବାକୁ ଚେଷ୍ଟା କରାଯାଇଛି। ଏଥିପାଇଁ ନେପାନଗରରେ ରେଲୱେ ଟ୍ରାକ୍ରେ ଡେଟୋନୋଟର ବିଛା ଯାଇଥିଲା।
ଜାମ୍ମୁ କାଶ୍ମୀରରୁ କର୍ଣ୍ଣାଟକ ଯାଉଥିବା ଏହି ଟ୍ରେନରେ ସେନାର ଯବାନ ମାନେ ଥିବା ନେଇ ଜଣାପଡିଛି । ଅଧିକାରୀଙ୍କ କହିବାନୁସାରେ, ଟ୍ରାକରେ ୧୦ ଡିଟୋନେଟର ମିଳିଛି। ଟ୍ରେନଟି ଡିଟୋନେଟର ନିକଟ ଦେଇ ଗଲାବେଳେ ଲୋକୋପାଇଲଟ୍ ବିସ୍ଫୋରଣର ଶବ୍ଦ ଶୁଣି ସଙ୍ଗେ ସଙ୍ଗେ ଟ୍ରେନ୍ କୁ ଅଟକାଇ ଦେଇଥିଲେ। ଏ ବିଷୟରେ ସେ ତୁରନ୍ତ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ।

ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି। ଉକ୍ତ ଘଟଣା ପର ଠାରୁ ହିଁ ରାଷ୍ଟ୍ରୀୟ ଏଜେନ୍ସି ଏନଆଇଏ ଓ ଏଟିଏସ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ସେମାନେ ଘଟଣାସ୍ଥଳର ନିରୀକ୍ଷଣ କରିବା ସହ ସଦିଗ୍ଧଙ୍କୁ ପଚରାପଚରି କରିଥିଲେ। ସୂତ୍ରାନୁସାରେ, କିଛି ସଦିଗ୍ଧଙ୍କୁ ହେପାଜତକୁ ମଧ୍ୟ ନିଆଯାଇଛି।












Click it and Unblock the Notifications