ଅଳ୍ପକେ ବର୍ତ୍ତିଲା ଟ୍ରେନ, ରେଳ ଧାରଣାରେ ଏଲ୍‌ପିଜି ସିଲିଣ୍ଡର୍‌କୁ ଦେଲା ଧକ୍କା

କାନପୁର: ପୁଣି ଥରେ ଟ୍ରେନକୁ ଦୁର୍ଘଟଣା ଗସ୍ତ କରାଇବା ପାଇଁ ଷଡଯନ୍ତ୍ର କରିଛନ୍ତି ଦୁବୁର୍ତ୍ତ। ସୋମବାର ଉତ୍ତରପ୍ରଦେଶର ପ୍ରୟାଗରାଜ-ଭବାନୀ କାଲିଣ୍ଡି ଏକ୍ସପ୍ରେସକୁ ଲାଇନ୍‌ଚ୍ୟୁଚ୍‌ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିବା ବେଳେ ଲୋକୋପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ହେତୁ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପୁଲିସ୍‌ ସୂଚନା ମୁତାବକ, ରବିବାର ସକାଳେ କାନପୁରର ମୁଦେରୀ ଗାଁର ଏକ କ୍ରସିଂ ନିକଟରେ କେହି ଜଣେ ଏଲ୍‌ପିଜି ସିଲିଣ୍ଡର୍‌ ରଖି ଦୁର୍ଘଟଣା ଘଟାଇବାକୁ ଉଦ୍ୟମ କରିଥିଲା।

କାନପୁରର ଶିବରାଜପୁର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା କାଳିନ୍ଦୀ ଏକ୍ସପ୍ରେସ। ତେବେ ଏଥିରେ ଟ୍ରେନ୍‌ର ଅବା ଟ୍ରେନ୍‌ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କାନପୁର ପୁଲିସ ସନ୍ଦେହ କରୁଛି।

Attempt made to derail Kalindi Express

କାରଣ ଗ୍ୟାସ ସିଲିଣ୍ଡର ବ୍ୟତୀତ ଉକ୍ତ ସ୍ଥାନରୁ ଏକ ବୋତଲ ପେଟ୍ରୋଲ, କିଛି ବିସ୍ଫୋରକ ଓ ଦିଆସିଲି ବକ୍ସ ମିଳିଛି। କାଳିନ୍ଦୀ ଏକ୍ସପ୍ରେସ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ହରିୟାଣାର ଭିୱାନୀ ଅଭିମୁଖେ ଯାଉଥିବା ବେଳେ ଶିବରାଜପୁର ଅତିକ୍ରମ କଲା ବେଳେ ରେଳ ଧାରଣା ଉପରେ ଏକ ଗ୍ୟାସ ସିଲିଣ୍ଡର ଥିବା ଲୋକୋ ପାଇଲଟ ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ବ୍ରେକ୍ ମାରିଥିଲେ। ତଥାପି ଅଟକିବା ପୂର୍ବରୁ ସିଲିଣ୍ଡରକୁ ଧକ୍କା ଦେଇଥିଲା ଟ୍ରେନ୍‌।

ପୁଲିସ ସୂଚନାନୁସାରେ, କାଲିଣ୍ଡି ଏକ୍ସପ୍ରେସ ହରିଆଣାର ଭବାନୀ ଅଭିମୁଖେ ନିୟମିତ ଯାତ୍ରା କରୁଥିବା ବେଳେ ଏହି ଘଟଣା ପ୍ରାୟ ସକାଳ ୮.୨୦ ସମୟରେ ଘଟିଥିଲା। ଟ୍ରେନ୍‌ଟି ଶିବରାଜପୁର ଦେଇ ଯିବାବେଳେ ଲୋକପାଇଲଟ୍ ରେଳ ଟ୍ରାକ୍ ଉପରେ ପଡ଼ିଥିବା ଏକ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦେଖିଥିଲେ। ତା'ପରେ ସେ ତୁରନ୍ତ ବୁଦ୍ଧି ଖର୍ଚ୍ଚ କରି ‌ଏମର୍ଜେନ୍ସି ବ୍ରେକ୍‌କୁ ମାରିବାରୁ ଦୁର୍ଘଟଣାକୁ ଏଡ଼େଇ ପାରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+