ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ଦୁଇ ବିଧାୟକଙ୍କ ଉପରେ ଆକ୍ରମଣ

ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ଦଳର ଦୁଇ ବିଧାୟକଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଉଭୟ ବିଧାୟକଙ୍କ ଉପରେ ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଦୁଇଜଣ ହେଲେ ମିନଖା ବିଧାୟିକ ଉଷାରାଣୀ ମଣ୍ଡଳ ଓ ସନ୍ଦେଶଖାଲି ବିଧାୟକ ସୁକୁମାର ମହତା। ପୁଲିସ୍‌ ଏହି ଦୁଇ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ।

tmc

ପୁଲିସ୍‌ ସୂଚନା ଅନୁଯାୟୀ, ବିଧାୟିକା ଉଷା ରାଣୀ ମଣ୍ଡଳଙ୍କ ଉପରେ ଗୁରୁବାର ଆକ୍ରମଣ ହୋଇଥିଲା। ସେ କାଳୀ ପୂଜା ପେଣ୍ଡାଲରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ପ୍ରାୟ ଶହେରୁ ଅଧିକ ଲୋକ ତାଙ୍କୁ ଘେରି ଯାଇଥିଲେ।

ବିଧାୟିକା ମଣ୍ଡଳ କହିଛନ୍ତି, ତାଙ୍କ ଗାଡ଼ିକୁ ଲୋକେ ଘେରି ଯାଇଥିବା ବେଳେ ତାଙ୍କୁ ଭିତରୁ ଟାଣି ବାହାର କରିଦେଇଥିଲେ। ଏହାପରେ ସେମାନେ ତାଙ୍କୁ ମାରପିଟ କରିଥିଲେ। ଏହି ସମୟରେ ଫାଙ୍କା ଗୁଳିଚାଳନା ବି ହୋଇଥିବା ସେ କହିଛନ୍ତି। ପାର୍ଟିରୁ ନିଲମ୍ବିତ ହୋଇଥିବା ଜଣେ ନେତା ଏପରି କରି ଥାଇ ପାରନ୍ତି ବୋଲି କହିଛନ୍ତି ମଣ୍ଡଳ ।

ଏହାବାଦ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ଜଣେ ବିଧାୟକ ସୁକୁମାର ମହତା କହିଛନ୍ତି, ମୁଁ କାଳୀ ପୂଜା ପେଣ୍ଡାଲ ଉଦଘାଟନ କରିବା ପରେ ଘରକୁ ଫେରୁଥିଲି। କିଛି ବଦମାସ ମୋ' ଗାଡ଼ି ଉପରେ ଅତର୍କିତ ଆକ୍ରମଣ କରିଥିଲେ। ମୋ' ସହ ଥିବା ପାଟି କାର୍ଯ୍ୟକର୍ତ୍ତାଙ୍କୁ ବି ଆକ୍ରମଣ ହେବାରୁ ଜଣେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+