ପଞ୍ଜାବର ଅମୃତସରରେ ମନ୍ଦିର ଉପରେ ଆକ୍ରମଣ, ଆଇଏସଆଇ ରଚୁଛି ଷଡଯନ୍ତ୍ର !
Amritsar Temple Blast: ପଞ୍ଜାବର ଅମୃତସରର ଅଟାରୀ ରୋଡ୍ ସ୍ଥିତ ଖଣ୍ଡୱାଲା ସ୍ଥିତ ଠାକୁର ର ମନ୍ଦିର ଉପରେ ଆକ୍ରମଣ । ଦୁଇ ଦୃବୁତ୍ତ ବାଇକରେ ଆସି ମନ୍ଦିର ଉପରେ ବୋମା ପକାଇବା ଘଟଣା ସାମ୍ନାକୁ ଆସିଛି ଯାହା ଦ୍ୱାରା ମନ୍ଦିର କୋଠା କ୍ଷତିଗ୍ରସ୍ତ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଏକ ବିସ୍ଫୋରକ ଭଳି ଜିନିଷ ଫିଙ୍ଗୁଥିବାର ସିସିଟିଭି ଫୁଟେଜରେ ଦେଖିବା ପାଇଁ ମିଳିଥିଲା । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳର କାଉନସିଲରଙ୍କ ପୁଅ କହିଛନ୍ତି ଯେ ମନ୍ଦିର ଉପରେ ଆକ୍ରମଣ ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହି ଘଟଣା ସମ୍ପର୍କରେ ଅମୃତସର କମିଶନର କହିଛନ୍ତି, "ଆମେ ରାତି ୨ଟାରେ ଏନେଇ ସୂଚନା ପାଇଲୁ ଯାହା ପରେ ତୁରନ୍ତ ଘଟଣାସ୍ଥଳରେ ପୋଲିସର ଟିମ ପଞ୍ଚିଥିଲା । ଫୋରେନସିକ୍ ଦଳକୁ ଡକାଯାଇଥିଲା। ଆମେ ସିସିଟିଭି ଯାଞ୍ଚ କରି ପାଖରେ ଥିବା ଲୋକଙ୍କ ସହ କଥା ହୋଇଥିଲୁ।
ପାକିସ୍ତାନର ଆଇଏସଆଇ ପଞ୍ଜାବରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆମ ଯୁବକମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି ଅମୃତସର କମିଶନର ଦାବି କରିଛନ୍ତି । ଏହି ଘଟଣାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରାଧିଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି ।












Click it and Unblock the Notifications